ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିନ୍ନ ଏକ ଓଡ଼ିଶା ପଲିଟିକ୍ସ । କାଳ କାଳ ପାଇଁ ଉତ୍କଳ ପ୍ରଦେଶର ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି ରାଜନୀତିର ଅନେକ ଭିତିରି କଥା । ଯାହା ଲୋକଙ୍କ ଅଗୋଚରରେ ରହିଛି । ଆମ ରାଜ୍ୟର ଏମିତି କିଛି ନେତା ଥିଲେ ଯେଉଁମାନେ ସ୍ୱାଧିନ ଭାରତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଆଉ ଦେଶ ସ୍ୱାଧିନ ପରେ ସେମାନେ ହୋଇଥିଲା ରାଜ୍ୟର ମୁଖ୍ୟମନ୍ତ୍ରୀ । ରାଜ୍ୟ ଶାସନ ଭାର ଚଳାଇବା ପାଇଁ ଆମେ ପାଇଛେ ପ୍ରଧାନସେବାକଙ୍କ ଠାରୁ ମୁଖ୍ୟସେବକଙ୍କ ଯାଏ । ଚାରି ଜଣ ପ୍ରଧାନମନ୍ତ୍ରୀଙ୍କୁ ପାଇଥିଲା ରାଜ୍ୟ । ରାଜ୍ୟର ଶାସନ ଭାର ସେମାନେ କାନ୍ଧକୁ ନେଇ ଚଳାଇଥିଲେ ଶାସନ । ହୁଏତ ତାଙ୍କ ମଧ୍ୟରୁ ଜଣେ ଦୁଇ ଥର ଏହି ଆସନରେ ବସିବାର ସୁଯୋଗ ପାଇଛନ୍ତି । ଇତିହାସ ପୃଷ୍ଠାରେ ବର୍ଣ୍ଣିତ ଅଛି ଯେ ୧୯୩୭ ମସିହାରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ।

ତାଙ୍କର ରାଜୁତି କାଳ ଥିଲା ୧ ଜାନୁଆରୀ ୧୯୩୭ରୁ ୧୯ ଜୁଲାଇ ୧୯୩୭ । ତାଙ୍କ କାର୍ଯ୍ୟକଳାପକୁ ଆଜି ବି ଝୁରୁଛି ଓଡ଼ିଶା । ଦ୍ୱିତୀୟରେ ଥିଲେ ବିଶ୍ୱନାଥ ଦାସ । ସେ ୧୯ ଜୁଲାଇ ୧୯୩୭ରୁ ୬ ନଭେମ୍ବର ୧୯୩୯ କାର୍ଯ୍ୟ ଭାର ତୁଲାଇଥିଲେ । ଏହା ପରେ ଓଡ଼ିଶାର ଶାସନ ଭାର ନେଇଥିଲେ କୃଷ୍ଣଚନ୍ଦ୍ର ଗଜପତି ମହାରାଜ । ଦ୍ୱିତୀୟ ଥର ସେ ଚୌକିରେ ବସିବା ପରେ ୨୪ ନଭେମ୍ବର ୧୯୪୧ରୁ ୩୦ ଜୁନ ୧୯୪୪ ପର୍ଯ୍ୟନ୍ତ ଓଡ଼ିଶାକୁ ନେଇଗଲେ ଏକ ଭିନ୍ନ ରାସ୍ତାରେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ପରେ ହରେକୃଷ୍ଣ ମହତାବ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ଥିଲେ ୨୩ ଅପ୍ରେଲ ୧୯୪୬ରୁ ୨୬ ଜାନୁଆରୀ ୧୯୫୦ ପର୍ଯ୍ୟନ୍ତ ରହିବାର ସୁଯୋଗ ପାଇଥିଲେ । ହେଲେ ଦେଶର ନିୟମ ଅନୁସାରେ ରାଜ୍ୟରୁ ପ୍ରଧାନମନ୍ତ୍ରୀ ନାମକରଣକୁ ଉଚ୍ଛେଦ କରାଯାଇ ମୁଖ୍ୟମନ୍ତ୍ରୀ ନାମକରଣ କରାଗଲା । ଫଳରେ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ହରେକୃଷ୍ଣ ମହତାବ । ସେ ୨୬ ଜାନୁଆରୀ ୧୯୫୦ରେ ନେଇଥିଲେ ଶପଥ । ପଦ ଓ ଗୋପନୀୟତାର ଶପଥ ।

ସେବେ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ମୁଖିଆ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାରି ଭିତରେ ଓଡ଼ିଶା ୧୯ ଜଣ ସିଏମଙ୍କୁ ପାଇଛି । ସେମାନଙ୍କ ମଧ୍ୟରୁ କିଏ ଥରେ ତ ଆଉ କିଏ ଦୁଇ ଥର । ଏପରିକି କିଏ ହୋଇଛନ୍ତି ପାଂଚ ଥର କ୍ଷମତା ଦଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂଦେଓ, ବିଶ୍ୱନାଥ ଦାସ, ନନ୍ଦିନୀ ଶତପଥୀ, ବିନାୟକ ଆର୍ଚାଯ୍ୟ, ନୀଳମଣି ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗ, ନବୀନ ପଟ୍ଟନାୟକଙ୍କ ଭଳି ରହି ଆସିଥିବା ବେଳେ ରାଜ୍ୟର ବର୍ତ୍ତମାନ ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଆସନରେ ବସିଛନ୍ତି ମୋହନ ଚରଣ ମାଝୀ । ଆଉ ଚଳାଇଛନ୍ତି ନିଜର ଶାସନ ।

ଏହାରି ଭିତରେ ଦୁଇ ଜଣ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବେ ନିଜର ଗୁରୁଦାୟିତ୍ୱ ତୁଲାଇ ରାଜ୍ୟବାସୀଙ୍କୁ ଦେଇଛନ୍ତି ସୁଶାସନ । ନିଜକୁ ଲୋକସେବାରେ ଉତ୍ସର୍ଗ କରି ଆମ ମାନଙ୍କୁ ଦେଇଆସିଛନ୍ତି ସୁଶାସନ । ହେଲେ କିଛି ଶାସକଙ୍କ କାର୍ଯ୍ୟକାଳ ଏଭଳି ଥିଲା ଯାହାକୁ ଭୁଲି ହେବ ନାହିଁ । ପୂର୍ବ ୨୪ ବର୍ଷର ସରକାରଙ୍କୁ ଯିଏ ଦେଖିଛି ସେ ହିଁ କହିପାରିବ ଯେ ନବୀନଙ୍କ ରାଜୁତି କିଭଳି ଥିଲା । ହେଲେ ନବକୃଷ୍ଣ ଚୌଧୁରୀଙ୍କ ଭଳି ପୂଣ୍ୟାତ୍ମାଙ୍କୁ ଓଡ଼ିଶା ପାଇଥିଲା । ଯାହାଙ୍କ କାର୍ଯ୍ୟକୁ କେବେ ଭୁଲି ହେବ ନାହିଁ ।

Leave a Reply

Your email address will not be published. Required fields are marked *