Masthead

ନବୀନ ନିବାସରେ ପାଣ୍ଡିଆନ, ଦେବାଶିଷ କହିଦେଲେ ଏମିତି…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଣ୍ଡିଆନ ଏବେ କେଉଁଠି? ସେ ଓଡ଼ିଶାରେ ଅଛନ୍ତି ନା ନାହିଁ? ଯଦି ଅଛନ୍ତି ତାହେଲେ କେଉଁଠି ରହୁଛନ୍ତି? ନବୀନଙ୍କ ସହ ସେ ଯୋଗଯୋଗରେ ଅଛନ୍ତି ତ? ଶଙ୍ଖ ଭବନ ହେଉ ଅବା ନବୀନ ନିବାସକୁ ସେ ଆସୁଛନ୍ତି ନା ନାହିଁ? ଏଭଳି ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଯେଉଁ କଥା ସାମ୍ନାକୁ ଆସିଛି ତାହା ହେଉଛି ପାଣ୍ଡିଆନ ଓଡ଼ିଶାରେ ଅଛନ୍ତି । ନବୀନଙ୍କ ସହ ଦେଖାକରୁଛନ୍ତି । ତାଙ୍କ ଯତ୍ନ ନେଉଛନ୍ତି, ତାଙ୍କ କଥା ବି ବୁଝୁଛନ୍ତି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତ୍ୟବରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି ।

ଜଗତସିଂହପୁର କୁଜଙ୍ଗରେ ଚାଲିଥିଲା ବିଜେଡିର ବିକ୍ଷୋଭ ସମାବେଶ । ଜିଲ୍ଲାରେ ଦଳ ହାରିବାର କାରଣ କ’ଣ ଖୋଜୁଥିଲା? ବରିଷ୍ଠ ନେତାଙ୍କ ସହ କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା ହେଉଥିଲା । ଜଣେ ପରେ ଜଣେ ନେତା ନିଜର ଭାଷଣ ସାରିଲେ । ଯେତେବେଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ନିଜର ମନ୍ତବ୍ୟ ରଖିଲେ ତାକୁ ନେଇ ଭିନ୍ନ ଚର୍ଚ୍ଚା ହେଲା । ତାଙ୍କ କହିବାର କଥା ନବୀନ ପଟ୍ଟନାୟକ ନବୀନ ନିବାସରେ ଥାଆନ୍ତି । ସେ ଗଲେ । ରାଜନୈତିକ କଥା ଚର୍ଚ୍ଚା ଭିତରେ ପାଣ୍ଡିଆନ ସେଠାରେ ପହଂଚିଲେ । ସେତିକି ବେଳେ ଦେବାଶିଷ ନବୀନଙ୍କୁ କହିଲେ ଯେ ଆପଣ ଉପନିର୍ବାଚନ ଲାଗି ପ୍ରସ୍ତୁତ ହୁଅନ୍ତୁ । ହାଇକୋର୍ଟରେ ବିଜେପିର ୭ ବିଧାୟକଙ୍କ ନାଁରେ କେଶ ଚାଲିଛି । ତାଙ୍କର ୭ ବିଧାୟକ କମିବେ । ସେହି ସବୁ ଆସନରେ ଉପନିର୍ବାଚନ ହେବ । ଆପଣ ପ୍ରସ୍ତୁତ ହୋଇଯାଆନ୍ତୁ । ଆପଣ ଖାଲି ଗାଡ଼ିରେ ବସି ହାତ ହଲାଇ ଦେଇ ଚାଲି ଆସିବେ । ଦରକାର ପଡ଼ିଲେ କଂଗ୍ରେସ ସହ ହାତ ମିଶାଇ ନୂଆ ସରକାର ଗଢିବା । ଏମାନଙ୍କୁ ବିଦା କରିବା ।

ଏହି କଥା ଭିତରେ କର୍ମୀଙ୍କୁ ଗୋଟିଏ କଥା କହିଲେ ଯେ ନବୀନଙ୍କ ପାଖକୁ ସେ ଯେତେବେଳେ ଯାଇଥିଲେ, ଏହାର କିଛି ସମୟ ପରେ ସେଠାରେ ପହଂଚିଥିଲେ ଭିକେ ପାଣ୍ଡିଆନ । ଏଇଥି ପାଇଁ ଯେ ନବୀନ ସାର ମେଡିସିନ୍ ଖାଇଛନ୍ତି ନା ନାହିଁ? ଅର୍ଥାତ୍ ଏହିଠୁ ପ୍ରମାଣିତ ହେଉଛି ଯେ ପାଣ୍ଡିଆନ ପ୍ରତ୍ୟେକ ଦିନ ନବୀନ ନିବାସ ଆସୁଛନ୍ତି । ଅବା ନବୀନ ନିବାସରେ ରହିଛନ୍ତି । ରାଜ୍ୟରେ ଯେଉଁ ଚର୍ଚ୍ଚା ଚାଲିଥିଲା ଯେ ପାଣ୍ଡିଆନ କେଉଁଠି, ଦେବାଶିଷଙ୍କ ଗୋଟିଏ ଲାଇନ ତା ଉପରୁ ପରଦା ଉଠାଇ ଦେଲା । ପାଣ୍ଡିଆନ ଏବେ ବି ନବୀନ ନିବାସରେ ଅଛନ୍ତି । ଆଉ ନବୀନଙ୍କ ଦେଖାଶୁଣା କରୁଛନ୍ତି । ଦଳର ନେତା ଯେଉଁ ପାଣ୍ଡିଆନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ତାହାର କିଛି ମୂଲ୍ୟ ନାହିଁ । କାରଣ ନବୀନଙ୍କ ସୁରକ୍ଷାରେ ଏବେ ବି ପାଣ୍ଡିଆନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!