Masthead

ପକ୍ଷଛେଦନ ପଛରେ କି ପାଣ୍ଡିଆନ ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ରଣନୀତିରେ ବିଜେଡି । ପୂର୍ବ ନେତାଙ୍କୁ ନାହିଁ ସୁପ୍ରିମୋଙ୍କ ଭରଷା । ପଡୁଛି ଜଣଙ୍କ ପରେ ଜଣେ ବଡ ନେତାଙ୍କ ୱିକେଟ୍ । ନବୀନ ନେଇଛନ୍ତି କି ବଜ୍ର ଶପଥ । ଯିଏ ତାଙ୍କୁ କଲା ପରାଜିତ ତାକୁ ଦେବେ ନାହିଁ କ୍ଷମା । ଏହା ନବୀନଙ୍କ ନିସ୍ପର୍ତ୍ତି ନାଁ ଅଣ ଓଡ଼ିଆ ଭୈରବ ପାଣ୍ଡିଆନଙ୍କ ଚାଲ । ୨୦୨୪ ଇଲେକ୍ସନରେ ଦଳ ସତ୍ତାରୁ ଯିବା ପରେ ସଂଗଠନକୁ ଭାଙ୍ଗିଦେଲେ ସୁପ୍ରିମୋ । ନୂଆ କମିଟି ଗଠନ କରିବାରେ ଲାଗିଛନ୍ତି ନବୀନ । ଦଳରେ ଦିନେ ଥିବା ଦୁଇ ପାୱାର ଫୁଲ ନେତାଙ୍କର ବତ୍ତାମାନ ସୁଦ୍ଧା କମିଟିରେ ନାହିଁ ସ୍ଥାନ । ଯାହାକୁ ନେଇ ଏବେ ନା ନା କଳ୍ପନା ଜଳ୍ପନା ହେବାରେ ଲାଗିଲେଣି । ପ୍ରଣବ ପ୍ରକାଶ ଦାସ ଏବଂ ମାନସ ମଙ୍ଗରାଜ ଦିନେ ବିଜେଡି ପରିଚାଳନାରେ ରଖୁଥିଲେ ହାତ । କନ୍ତୁ ଆଉ ଏବେ ନାହିଁ ଦେଖା । ଦଳ କଣ ଠେଷା କରିରଖିଲା ପରି ହେଉଛି ବାରି ।

ଦଳରେ ବବିଙ୍କ ପତିଆରା ପାଇଁ ୨୦୨୪ ନିର୍ବାଚନରେ ଘରକୁ ନେଇ ଗଲେ ଦୁଇଟି ଦୁଇଟି ଟିକେଟ୍ । ମା ଓ ପୁଅ ମଇଦାନକୁ ଲଢିବା ପାଇଁ ମାରିଲେ ଲମ୍ଫ । ୨୦୨୪ରେ ସମ୍ବଲପୁର ଲୋକସଭା ଆସନରୁ ଠିଆ ହୋଇ ମାରିଲେ ଫେଲ୍ । ଚାଖିଲେ ପରାଜିତର ସ୍ୱାଦ । କେବଳ ସେ ନୁହନ୍ତି ତାଙ୍କ ମା ମଧ୍ୟ ବିଧାୟକ ଭାବେ ବି ଲଢି ଚାଖିପାରିଲେନି ବିଜୟର ସ୍ୱାଦ । ତାଙ୍କୁ ବି ପୁଅ ପରି ପରାଜୟ ବରଣ କରିବାକୁ ପଡିଲା । ଦୁହେଁ ନାଁ ଏ କୂଳର ହେଲେ ନାଁ ସେ କୂଳର ହେଲେ । ଅନ୍ୟ ବାବୁ ମାନସ ସାମ୍ବାଦିକତା ଛାଡି ଶଙ୍ଖରେ ସାମିଲ ହୋଇ ରାଜ୍ୟସଭାକୁ ଗଲେ । ଦଳରେ ଆରମ୍ଭ କରିଦେଲେ ନିଜର ପତିଆରା ଜାହିର କିନ୍ତୁ ଏବେ ମଙ୍ଗରାଜ ବାବୁଙ୍କର ନାହିଁ ଖୋଜ ଖବର । ନବୀନ ଏହାରି ଭିତରେ ଚାରି ଚାରି ଟା କମିଟି ଗଠନ କରିଥିଲେ ସୁଦ୍ଧା ଏମାନଙ୍କୁ ନ ସାମିଲ କରିବା ପଛର କଣ ରହିଛି ଉଦେଶ୍ୟ । ନାଁ ପ୍ୟାରୀଙ୍କୁ ଆଉଟ୍ କଲା ପରି ଏଭଳି ଗୋଟିଏ ପରେ ଗୋଟିଏ ନେତାଙ୍କ ପକ୍ଷ ଛେଦନ ପାଇଁ ରୋଡମ୍ୟାପ ବନାଉଛନ୍ତି ଅଣ ଓଡିଆ ସନ୍ୟାାସୀ ନେତା ପାଣ୍ଡିଆନ ବୋଲି ଏବେ ଚାରିଆଡେ ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି