Masthead

ଆଜିଠୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର। ଆଜି ଓ କାଲି ଦୁଇ ଦିନ ଧରି ବସିବ ବୈଠକ। ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ସମସ୍ତ ଏସପି ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ। ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର କ୍ରିୟାନ୍ୱୟନ ବାବଦରେ ବିସ୍ତୃତ ଆଲୋଚନା କରାଯିବ। ସାମଗ୍ରିକ ଭାବେ ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଧାଡ଼ିର ଶେଷରେ ଥିବା ବ୍ୟକ୍ତି ପାଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କେମିତି ପହଞ୍ଚିବ, ସେ ନେଇ ଅଧିକାରୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ସରକାର।

ନୂଆ ସରକାରଙ୍କ ଏହି ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ରାଜ୍ୟର ବିକାଶକୁ ଆଗକୁ ନେବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ଆଇନଶୃଙ୍ଖଳାକୁ ଅଗ୍ରାଧିକାର ଦେଇ ଦ୍ୱିତୀୟ ଦିନ ଏସ୍ପିମାନେ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ । ଶୁକ୍ରବାର ସମ୍ମିଳନୀ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିଭଳି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ତାହା ଉପରେ ଜୋର ଦିଆଯିବ । ନିକଟରେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସୁଭଦ୍ରା’ ଯୋଜନା ସହ ଆଗକୁ ‘ଆୟୁଷ୍ମାନ ଭାରତ’ ମଧ୍ୟ ଲାଗୁ ହେବା ଉପରେ ଆଲୋଚନା କରାଯିବ ।

ଏହି ଯୋଜନାରୁ ଯେଭଳି ଜଣେ ହେଲେ ଯୋଗ୍ୟ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ । ଭୂତ ରାସନକାର୍ଡଧାରୀଙ୍କୁ ବାଦ୍ ଦେଇ ନୂଆ ଯୋଗ୍ୟଙ୍କୁ ସାମିଲ କରିବାକୁ ଜିଲ୍ଲା ମୁଖିଆମାନେ ଧ୍ୟାନ ଦେବେ । ଜିଲ୍ଲାପାଳମାନେ ଅଧିକରୁ ଅଧିକ ବ୍ଲକ ଗସ୍ତ କରି ଲୋକଙ୍କ ସହ ମିଶିବା ଓ ଜନଶୁଣାଣିରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହେବ । ୫ ବର୍ଷରେ ନୂଆ ଓଡ଼ିଶା ଗଠନ ପାଇଁ ବିଜେପି ସରକାରଙ୍କ ଯୋଜନାକୁ କିଭଳି ବାସ୍ତବ ରୂପ ଦିଆଯିବ ତା’ର ମାର୍ଗଦର୍ଶିକା ମଧ୍ୟ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯିବ ।

ଥାନାରେ ଲୋକଙ୍କୁ ନ୍ୟାୟ ମିଳିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ନେଇ ସମ୍ମିଳନୀରେ ଚର୍ଚ୍ଚା ହେବ । ରାଜ୍ୟର ବିକାଶ ଓ ସାଧାରଣ ଲୋକଙ୍କ ସମସ୍ୟା ନେଇ ଜିଲ୍ଲାପାଳ ଓ ଏସ୍ପିମାନେ କିଭଳି ଅଧିକ ନିଷ୍ଠାର ସହ କାମ କରିବେ ତାହାକୁ ବୈଠକରେ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦୁଇ ଦିନର ଏ ସମ୍ମିଳନୀରେ ଓଡ଼ିଶା ବିକାଶ ପାଇଁ ତୃଣମୂଳସ୍ତରରୁ ରୋଡମ୍ୟାପ ତିଆରି ହେବ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି । ଗାଁରୁ ବିକାଶକୁ ଆଗକୁ ନେବାକୁ ବ୍ଲକ ବିଡିଓ ଓ ତହସିଲଦାରଙ୍କୁ ନେଇ ମଧ୍ୟ ସମ୍ମିଳନୀ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼