Masthead

‘ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ଯାଞ୍ଚ’

ପୁରୀ (ବଡ଼ ଖବର ବ୍ୟୁରୋ): ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମାନ ଯାଞ୍ଚ କରିବା ପାଇଁ ଫୁଡ ଇନ୍ସପେକ୍ଟର ନିଯୁକ୍ତ ହେବେ, ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରଥିବା ମନ୍ତ୍ରୀ କହିଛନ୍ତି। ତେବେ କେବଳ ଅବଢ଼ା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ ମଧ୍ୟ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ, ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦମାନ ନେଇ ଅଭିଯୋଗ ନ ଆସେ ସେ ନେଇ ମାନ ପରୀକ୍ଷଣ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କିଛିଦିନ ପରେ ଶୁଖିଲା ଭୋଗ ଓ ଘିଅର ମଧ୍ୟ ମାନ ପରୀକ୍ଷା କରାଯିବ। ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯିବ । ବିଶେଷ କରି ଭୋଗର ମାନ ଏବଂ ଏଥିରେ ବ୍ୟବହୃତ ସମଗ୍ର ସାମଗ୍ରୀ ବାବଦରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହିବ ।

ଶ୍ରୀମନ୍ଦିର ଭିତରକୁ ଯେପରି ଅଶୁଦ୍ଧ ସାମଗ୍ରୀ ନ ଯିବ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଉଥିବା ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ସେପଟେ ଅବଢ଼ାର ମାନ ପରୀକ୍ଷା ନେଇ ଘୋଷଣା ପରେ ଏହାକୁ ନାପସନ୍ଦ କରିଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ । ମହାପ୍ରସାଦର ମାନ ଯାଞ୍ଚ କରିବାର ଅର୍ଥ ମହାପ୍ରଭୁଙ୍କ ଅପମାନ ବୋଲି ମତ ପ୍ରକାଶ ପାଇଛି ।ପୁରୀ ଶ୍ରୀମନ୍ଦିରରେ ଅବଢ଼ାର ମାନ ପରୀକ୍ଷା ନେଇ ଘୋଷଣା ପରେ ଏହାକୁ ନାପସନ୍ଦ କରିଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ