Masthead

ଭଦ୍ରକରେ ପୁଣି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଗଣ୍ଡଗୋଳର ପରବର୍ତ୍ତୀ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସତ୍ତ୍ବେ କଟକଣା ହଟିନି। ଭଦ୍ରକ ସହରର ପୁରୁଣା ବଜାର ଥାନା ସମେତ ଧାମନଗର ଏବଂ ଦୋବଲ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି। ଜିଲାରେ ଇଣ୍ଟରନେଟ ସେବା ଆଉ ୪୮ ଘଣ୍ଟା ବନ୍ଦ ରହିବ ବୋଲି କୁହାଯାଇଛି। ଶୁକ୍ରବାର ଅପରାହ୍ଣରେ ସଂଗଠିତ ଗଣ୍ଡଗୋଳ ପରଠାରୁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ। ଏହା ପ୍ରଶାସନକୁ ଆଶ୍ବସ୍ତ କରିଥିଲେ ବି କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନ କରିବା ପାଇଁ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି। ଶନିବାର ସୁଦ୍ଧା ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କ ସମେତ ଅନ୍ୟ ୭ ଜଣ ଗଣ୍ଡଗୋଳକାରୀଙ୍କୁ ପୁରୁଣା ବଜାର ପୁଲିସ ଗିରଫ କରିଥିଲା।

ରବିବାର ସ୍ଥିତି ଅନୁଧ୍ୟାନ ପାଇଁ ପୁଲିସ ଆଇଜି ଡ.ସତ୍ୟଜିତ ନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲୀ ଏବଂ ଜିଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଧାମନଗର ଓ ଦୋବଲର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲିଛନ୍ତି। ତେବେ ଯେଉଁମାନେ ଥାନା ଘେରାଉ, ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଇଜି ସୂଚନା ଦେଇଛନ୍ତି। ପୁଲିସ ଏ ସଂକ୍ରାନ୍ତରେ ଧାମନଗର ଅଞ୍ଚଳରୁ ଆଉ ୭ ଜଣଙ୍କୁ ଗିରଫ କରିଛି। ଗିରଫ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି। ଅନ୍ୟ ପକ୍ଷରେ ରବିବାର ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଫ୍ଲାଗ ମାର୍ଚ୍ଚରେ ଜିଲା ଆରକ୍ଷୀ ଅଧୀକ୍ଷକ, ଜିଲାପାଳ ଓ ଆଇଜି ମଧ୍ୟ ସାମିଲ ହୋଇଥିଲେ। ‘ସ୍ଥିତି ନିୟନ୍ତ୍ରଣାଧୀନ ଅଛି, ପ୍ରଶାସନ ସଜାଗ ଅଛି, କେହି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ’ ବୋଲି ଜିଲାପାଳ ଦିଲ୍ଲୀପ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି। ସେହିପରି ଆଗାମୀ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଇଣ୍ଟରନେଟ ସେବା ଲିଜ୍‌ଡ ଲାଇନରେ ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା