Masthead

ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ମା’ଙ୍କ ମହାନବମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜଧାନୀ । ସେପଟେ ଶକ୍ତିପୀଠରେ ବିଜୟା ଦଶମୀ ପୂଜା ଚାଲିଥିବାବେଳେ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ମହାନବମୀ ପୂଜା । ହୋମ, ଯଜ୍ଞ ଏବଂ ଚଣ୍ଡୀପାଠରେ କମ୍ପୁଛି ପରିବେଶ । ମା’ଙ୍କ ଆରଧନା କରିବାକୁ ପୂଜା ମଣ୍ଡପରେ ଲାଗି ରହିଛି ଭକ୍ତଙ୍କ ଭିଡ । ପୂଜା ପାଇଁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି । ମୃଣ୍ମୟୀ ମୂର୍ତ୍ତି, ତୋରଣ ଓ ସାଜସଜ୍ଜା ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି ।

ନିଜ ନିଜର ପରିବାର ସହ ପୂଜା ମଣ୍ଡପ ଗୁଡିକ ବୁଲୁଛନ୍ତି ଲୋକେ । ସମସ୍ତ ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷାର ଆୟୋଜନ କରାଯାଇଥିବା ବେଳେ ସର୍ବତ୍ର ପୋଲିସ ମୁତୟନ ରହିଛନ୍ତି । ପୂଜାରେ ଯେମିତି କୌଣସି ବାଧା ସୃଷ୍ଟି ନହେଉ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସମସ୍ତ ପୂଜା ମଣ୍ଡପ ବୁଲି ସେଠାରେ ହେଉଥିବା ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆନନ୍ଦ ନେଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଆଖିଝଲସା ତୋରଣ ନିର୍ମାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି