Masthead

ମନମୋହିବ ଡେରାସ୍

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ, ଅପେକ୍ଷା ଆଉ ଟିକେ ଶୀତକୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପିକନିକ୍ ମଜ୍ଜା ଉଠାଇବାକୁ କେହି କେହି ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେବେ ଚନ୍ଦକା-ଡମପଡା ଅଭୟାରଣ୍ୟର ଡେରାସ ଡ୍ୟାମ ଚଳିତ ପର୍ଯ୍ୟଟନ ଋତୁରେ ହେବ ଅଧିକ ମଜ୍ଜାଦାର । ପର୍ଯ୍ୟଟକମାନଙ୍କ ପାଇଁ ଏହି ପ୍ରାକୃତିକ ପରିବେଶରେ ଆରମ୍ଭ ହେବ ବୋଟିଂ । ଡିସେମ୍ବରରେ ଆରମ୍ଭ ହେବ ବୋଟିଂ ବ୍ୟବସ୍ଥା । ଡେରାସ ଡ୍ୟାମରେ ଭାସିବ ୧୦ସିଟ ବିଶିଷ୍ଠ ୪ଟି ବୋଟ । ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଦିଆଯିବ ଅଧିକ ଧ୍ୟାନ । ପ୍ରତି ବୋଟ ପିଛା ଖର୍ଚ୍ଚ ହେବ ୨୦ଲକ୍ଷ ଟଙ୍କା । ଖୁବଶୀଘ୍ର ଜାପାନରୁ ଆସିବ ୪ଟି ପାୱାର ବୋଟ୍ ଇଞ୍ଜିନ ।

ଭୁବନେଶ୍ୱର ଉପକଣ୍ଠ ୨୦କିମି ଦୂରତାରେ ଅବସ୍ଥିତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସୁନ୍ଦର ବଢାଉଛି ଡେରାସ ଡ୍ୟାମ। ଗଭୀର ଜଳଭଣ୍ଡାରର ଚାରିପାଖେ ରହିଛି ସବୁଜ ଜଙ୍ଗଲ ଓ ପାହାଡ଼ । ସେଠାକାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟକମାନେ ଅବସର ସମୟ କାଟିବା ପାଇଁ ଏଠାକୁ ଚାଲି ଆସନ୍ତି ।

ଚନ୍ଦକା ଜଙ୍ଗଲର ପ୍ରାକୃତିକ ପରିବେଶ, ନେଚର କ୍ୟାମ୍ପ,ବାଉଁଶଘର, କାଠଘର, ଭିନ୍ନ ଭିନ ଜଙ୍ଗଲୀ କଟେଜରେ ରାତ୍ରିଯାପନର ମଜ୍ଜା ନିଆରା । ଏହି ପ୍ରାକୃତିକ ପରିବେଶରେ ବଣଭୋଜି କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମେ । ଅଧିକ ପର୍ଯ୍ୟଟକକଙ୍କୁ ଆକୃଷ୍ଟ କରିବା ପାଇଁ ବୋଟିଂ ବ୍ୟବସ୍ଥା କରାଯାଇଛି ବୋଲି ଚନ୍ଦକା-ଡମପଡା ଅଭୟାରଣର ଡିଏଫଓ କେଦାରନାଥ ସ୍ୱାଇଁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ