Masthead

ମନମୋହିବ ଡେରାସ୍

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ, ଅପେକ୍ଷା ଆଉ ଟିକେ ଶୀତକୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପିକନିକ୍ ମଜ୍ଜା ଉଠାଇବାକୁ କେହି କେହି ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେବେ ଚନ୍ଦକା-ଡମପଡା ଅଭୟାରଣ୍ୟର ଡେରାସ ଡ୍ୟାମ ଚଳିତ ପର୍ଯ୍ୟଟନ ଋତୁରେ ହେବ ଅଧିକ ମଜ୍ଜାଦାର । ପର୍ଯ୍ୟଟକମାନଙ୍କ ପାଇଁ ଏହି ପ୍ରାକୃତିକ ପରିବେଶରେ ଆରମ୍ଭ ହେବ ବୋଟିଂ । ଡିସେମ୍ବରରେ ଆରମ୍ଭ ହେବ ବୋଟିଂ ବ୍ୟବସ୍ଥା । ଡେରାସ ଡ୍ୟାମରେ ଭାସିବ ୧୦ସିଟ ବିଶିଷ୍ଠ ୪ଟି ବୋଟ । ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଦିଆଯିବ ଅଧିକ ଧ୍ୟାନ । ପ୍ରତି ବୋଟ ପିଛା ଖର୍ଚ୍ଚ ହେବ ୨୦ଲକ୍ଷ ଟଙ୍କା । ଖୁବଶୀଘ୍ର ଜାପାନରୁ ଆସିବ ୪ଟି ପାୱାର ବୋଟ୍ ଇଞ୍ଜିନ ।

ଭୁବନେଶ୍ୱର ଉପକଣ୍ଠ ୨୦କିମି ଦୂରତାରେ ଅବସ୍ଥିତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସୁନ୍ଦର ବଢାଉଛି ଡେରାସ ଡ୍ୟାମ। ଗଭୀର ଜଳଭଣ୍ଡାରର ଚାରିପାଖେ ରହିଛି ସବୁଜ ଜଙ୍ଗଲ ଓ ପାହାଡ଼ । ସେଠାକାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟକମାନେ ଅବସର ସମୟ କାଟିବା ପାଇଁ ଏଠାକୁ ଚାଲି ଆସନ୍ତି ।

ଚନ୍ଦକା ଜଙ୍ଗଲର ପ୍ରାକୃତିକ ପରିବେଶ, ନେଚର କ୍ୟାମ୍ପ,ବାଉଁଶଘର, କାଠଘର, ଭିନ୍ନ ଭିନ ଜଙ୍ଗଲୀ କଟେଜରେ ରାତ୍ରିଯାପନର ମଜ୍ଜା ନିଆରା । ଏହି ପ୍ରାକୃତିକ ପରିବେଶରେ ବଣଭୋଜି କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମେ । ଅଧିକ ପର୍ଯ୍ୟଟକକଙ୍କୁ ଆକୃଷ୍ଟ କରିବା ପାଇଁ ବୋଟିଂ ବ୍ୟବସ୍ଥା କରାଯାଇଛି ବୋଲି ଚନ୍ଦକା-ଡମପଡା ଅଭୟାରଣର ଡିଏଫଓ କେଦାରନାଥ ସ୍ୱାଇଁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼