ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି ।ରାଜଧାନୀରେ ରେର୍କଡ ଭାଙ୍ଗିଲା ତାତି । ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ସଂର୍ପୂଣ ଅସ୍ତବ୍ୟସ୍ତ କରିଦେଇଛି । ସକାଳ ୬ଟା ବେଳଠୁ ଆରମ୍ଭ ହୋଇଯାଉଛି ଟାଇଁ ଟାଇଁ ଖରା । ପାହାନ୍ତିଆରୁ ଦିନ ୧୨ଟା ଭଳି ଅନୁଭବ ହେଉଛି । ଭୁବନେଶ୍ୱରରେ ବଢୁଛି ହିଟ୍ ଇଣ୍ଡେକ୍ସ । ସାଢେ ୨ ସୁଦ୍ଧା ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି । କିନ୍ତୁ ପ୍ରକୃତ ତାପମାତ୍ରା ୪୧ ଡିଗ୍ରି । ଆର୍ଦ୍ରତା ୩୮ ପ୍ରତିଶତ ରେର୍କଡ । ରାଜଧାନୀରେ ୫୦ ଡିଗ୍ରୀ ଭଳି ଅନୁଭବ ହେଉଛି ଗରମ । ପ୍ରକୃତରେ ୪୧ ଡିଗ୍ରୀ ରହିଛି ତାପମାତ୍ରା । ଏଭଳି ସ୍ଥିତିରେ ଘରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ । ପାଣି ପାଗ ବିଭାଗଙ୍କ ମତରେ ଏଭଳି ସ୍ଥିତି ଏକ ଘାତକ ତାତିର ରୂପ ନେଇଛି । ଯାହା ସାଧାରଣ ଲୋକଙ୍କ ପାଇଁ କଷ୍ଟ ଦାୟକ ହୋଇପଡିଛି । ତାପମାତ୍ରାଠାରୁ ଅଧିକ ରହୁଛି ହିଟ୍ ଇଣ୍ଡେକ୍ସ । ବର୍ଷା ପରେ ବି ଲୋଙ୍କୁ ମିଳୁନି ଆଶ୍ୱସ୍ଥି । ବାୟୁ ମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ରହୁଥିବାରୁ ଶରୀରରୁ ବାହାରୁ ଥିବା ଝାଳ ଶୁଖୁ ନାହିଁ । ଯାହା ଫଳରେ ଗରମ ପ୍ରକୋପ ଦୁଇ ଗୁଣା ଅଧିକ ଅନୁଭୁତ ହେଉଛି । ଏହି କାରଣରୁ ୧୦ଟା ପରଠୁ ରାସ୍ତା ଘାଟ ଶୂନ୍ସାନ୍ ହୋଇଯାଉଛି । ସେପଟେ ଉପକୂଳ ଜିଲ୍ଲାରେ ମଧ୍ୟ ପ୍ରବଳ ଗରମ ଗୁଳୁଗୁଳି ଜାରି ରହିଛି ।

ଆଉ କେତେ ଦିନ ଏପରି ଉତ୍ତପ୍ତ ତାତି ସହ୍ୟ କରିବ ମଣିଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’