Masthead

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା । ୨୪ ତାରିଖ ମଧ୍ୟ ରାତିରେ ଏହା ଓଡ଼ିଶା ଉପକୂଳ ଛୁଇଁପାରେ । ଆଇଏମଡି ଆକଳନ ଅନୁସାରେ ଭୁବନେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସୁଛି । ସବୁଠୁ ବେଶୀ ଭୟ ଘନେଇଛି ବସ୍ତିକୁ । ପବନ ଓ ତୁହାକୁ ତୁହା ବର୍ଷା ବସ୍ତିର କଚ୍ଚା ଘରକୁ ଭାଙ୍ଗିଦେବାର ଆଶଙ୍କା ଅଧିକ । ସେପଟେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପାଣିପାଗ ବିଭାଗ ପକ୍ଷରୁ ମିଳିଲା ସୂଚନା । ଭୀଷଣ ବାତ୍ୟା ରୂପ ନେଇ ଛୁଇଁବ ସ୍ଥଳଭାଗ । ୧୫ କିମି ବେଗରେ ଆଗୁଆ ବଢୁଛି ବାତ୍ୟା ।

ପାରାଦୀପଠାରୁ ୫୨୦ କିମି ଦୂରରେ ଅବସ୍ଥିତ । ସାଗର ଦ୍ୱୀପଠାରୁ ୬୦୦ କିମି ଦୂରରେ ବାତ୍ୟା । ବାଂଲାଦେଶ ଖେପୁରାଠାରୁ ୬୧୦ କିମି ଦୂରରେ ଅବସ୍ଥିତ । ୨୪ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଘଣ୍ଟାପ୍ରତି ୧୦୦ରୁ ୧୨୦ ବେଗରେ ପବନ ବହିବା ସମ୍ଭାବନା । ପାରାଦୀପ, ଧାମରା, ପୁରୀ ପୋର୍ଟକୁ ୪ ନମ୍ବର ବିଦପ ସଙ୍କେତ ଜାରି । ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ