Masthead

ବାଘ ନୁହେଁ ବଣଭୂଆ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ ଦେଖିଥିବା କହିଛନ୍ତି। ହେଲେ ଏଯାଏଁ ଧରାପଡିନଥିବାରୁ ତାହା ବାଘ କି ଅନ୍ୟ କେଉଁ ଜନ୍ତୁ ତାହା ସ୍ପଷ୍ଟ ହୋଇନି। କିନ୍ତୁ ବଣଭୂଆଁ ନେଇ ଯାହା ଆକଳନ କରାଯାଉଛି ବୋଲି କହିଛନ୍ତି ବନବିଭାଗ । ଶନିବାର ବିମାନ ବନ୍ଦର ଡ୍ରମ୍ପଂୟାର୍ଡ ପାଖରେ ଏକ ଜନ୍ତୁ ବୁଲୁଥିବାର ସେଠି କାମ କରୁଥିବା ଲୋକ ଦେଖିଥିଲେ ।

ତାହା ବାଘ ବୋଲି ସେମାନେ କହିଥିଲେ । ଏହାପରେ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତଲାସି । କୁକୁଡା ଥୋପ ଦେଇ ଯନ୍ତା ବସାଇଥିଲା ବନବିଭାଗ । ହେଲେ ସେଥିରେ କିଛି ସୁଫଳ ନମିଳିବାରୁ ଶନିବାର ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଇଥିଲେ। ହେଲେ ଏପର୍ଯ୍ୟନ୍ତ ବଣୁଆ ଜନ୍ତୁଟିର କିଛି ଟେର୍ ମିଳିନାହିଁ । ସେପଟେ ଖବର ଶୁଣିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିରହିଛି । ତେବେ ୫ ବର୍ଷ ପୂର୍ବରୁ ବନ ବିଭାଗ ବିମାନ ବନ୍ଦର ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’