Masthead

କାର୍ଯ୍ୟରେ ଅବହେଳା, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ

ବାରିପଦା (ବଡ଼ ଖବର ବ୍ୟୁରୋ): ଗ୍ରାମୀଣ ଗୃହ ନିର୍ମାଣ ରେ ବିଳମ୍ବିତ । ଜିଲ୍ଲାରେ ନିଯୁକ୍ତ ଥିବା ୮୪୩ ଟ୍ୟାଗ୍ ଅଫିସର୍ଙ୍କ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ । ଗ୍ରାମୀଣ ଗୃହ/ପ୍ରଧାମନ୍ତ୍ରୀ ଆବାସ ନିର୍ମାଣରେ ବିଳମ୍ବ ଓ ନିଜ କାର୍ୟ୍ୟରେ ଅବହେଳା ପାଇଁ ବନ୍ଦ ହେଲା ଦରମା । ଏହି ଅଫିସର୍ ମାନଙ୍କ ଦରମା ଅକ୍ଟୋବର ମାସରୁ ବନ୍ଦ ରଖିବାକୁ ୨୬ ବ୍ଲକର ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲାପାଳ । ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ ଜଣ ଅଧିକାରୀ ନିୟୋଜିତ ଅଛନ୍ତି ।

ଯେଉଁଥିରୁ ୧୭୩ ଜଣ ନିଜ କାର୍ଯ୍ୟ ଠିକ୍ ଭାବେ କରିଥିବା ବେଳେ, ଅନ୍ୟ ୮୪୩ ଜଣଙ୍କ କାର୍ଯ୍ୟ ସନ୍ତୋଷ ଜନକ ନୁହେଁ । ତେଣୁ କାର୍ଯ୍ୟରେ ଅବହେଳା ତଥା ମନିଟରିଙ୍ଗ ଅଭାବରୁ ୬୩ ପ୍ରତିଶତ ଘର ଏବେ ଅଧା ହୋଇ ପଡ଼ିଛି । ଫଳରେ ସରକାରୀ ଯୋଜନାରେ ସଫଳତା ମିଳୁନାହିଁ । ଯାହାକୁ ନେଇ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଦରମା ବନ୍ଦ ହେବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ହେମନ୍ତ ସୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ