Masthead

ଆଜି ଆଲୋକର ପର୍ବ ଦୀପାବଳି, ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆଲୋକର ପର୍ବ ଦୀପାବଳି । ଏଥି ପାଇଁ ଗାଁଠୁ ସହରରେ ଉତ୍ସବର ମାହୋଲ । ରଙ୍ଗୋଲିରେ ସଜେଇ ହୋଇଛି ଘର ଅଗଣା । ବାଣ ଫୁଟାଇ,ପରସ୍ପରକୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଇବେ । ଏଥିପାଇଁ ଘରେ ଘରେ ହୋଇଛି ପ୍ରସ୍ତୁତି । ଅପେକ୍ଷା ରହିଛି କେବେ ସନ୍ଧ୍ୟା ହେବ ? ଆଉ ଚିକିମିକ ଆଲୁଅରେ ଝଲସି ଉଠିବ ପୁରପଲ୍ଲୀ । ଏଥର ଗ୍ରୀନ କ୍ରାକର ସହ ମାଟି ଦୀପର ରହିଛି ବେଶ ଚାହିଦା । ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ ଗଣେଶ ଏବଂ କୁବେର ଦେବଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ବିଶ୍ୱାସ କରାଯାଏ ଯେ ଏହି ଦେବତା ଏବଂ ଦେବୀଙ୍କୁ ପୂଜା କରି ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣା ଦୂର ହୋଇଯାଏ। ମହାକାବ୍ୟ ରାମାୟଣ ଅନୁଯାୟୀ, ଏହି ଦିନ ଭଗବାନ ରାମ ରାବଣକୁ ପରାସ୍ତ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ। ତେଣୁ ଅଯୋଧ୍ୟା ଲୋକମାନେ ଏହି ଦିନ ଦୀପ ଜାଳି ତାଙ୍କୁ ସ୍ୱାଗତ କରିଥିଲେ। କେତେକ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦୀପାବଳୀରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ଏବଂ ଆଶୀର୍ବାଦ ପାଇବା ପାଇଁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବୀ ଲକ୍ଷ୍ମୀ ଭକ୍ତଙ୍କ ଘରେ ପ୍ରବେଶ କରି ସେମାନଙ୍କୁ ସୁଖ ଏବଂ ସମୃଦ୍ଧତା ଆଶୀର୍ବାଦ କରନ୍ତି।

ଏହି ଦିନଟି ହେଉଛି ଅମାବାସ୍ୟା ତିଥି, ତେଣୁ ଦୀପାବଳିରେ ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଭଗବାନ ଗଣେଶ ଏବଂ କୁବେର ଜୀଙ୍କୁ ପୂଜା କରିବାର ମଧ୍ୟ ମହତ୍ତ୍ବ ରହିଛି। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଦୀପାବଳି ଅମାବାସ୍ୟା ରାତିରେ ପାଳନ କରାଯାଏ। ତେଣୁ ନକାରାତ୍ମକତାକୁ ଦୂର କରିବା ପାଇଁ ଏହି ଦିନ ଦୀପ ଜାଳିବା ଅତ୍ୟନ୍ତ ଶୁଭ ଅଟେ । ଦୀପାବଳିରେ ଦୀପକୁ ବେଶୀ ପ୍ରାଧାନ୍ୟ ଦିଆଯାଏ । ଏହା ଘରର ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୁଏ । ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ । ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିବେ । ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ୁଆଙ୍କୁ ଡକାଯିବାର ପରମ୍ପରା ରହିଛି । ସେହିଭଳି ଆଜିଠୁ ଆରମ୍ଭ ହେଉଛି କାଳୀପୂଜା । ଏଥି ପାଇଁ ବିଭିନ୍ନ ଶକ୍ତିପୀଠରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ମା ଭଦ୍ରକାଳୀ, ମା ଦକ୍ଷିଣକାଳୀ , ମା ଶ୍ୟାମାକାଳୀଙ୍କ ପାଖରେ ହେବ ପୂଜାର୍ଚ୍ଚନା । ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ବଦ୍ଧ ହୋଇ କାମ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି ମୋଦି ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖମୟ ଏବଂ ସୌଭାଗ୍ୟ କାମନା କରିଛନ୍ତି । ଏହା ସହିତ ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ କୃପା ସମସ୍ତଙ୍କ ଉପରେ ରହୁ ବୋଲି କାମନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ