Masthead

କିଏ ହେବେ ପିସିସି ସଭାପତି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ମୁଖିଆ ଖୋଜା କାର୍ଯ୍ୟ । ଓଡ଼ିଶା ଆସୁଛନ୍ତି ଏଆଇସିସି ନେତା ଚରଣଦାସ ମହନ୍ତ, ମୀନାକ୍ଷୀ ନଟରାଜନ । ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । କଂଗ୍ରେସ ଭବନରେ ବୈଠକ କରିବେ ଦୁଇ ନେତା । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ । ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ।

ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିବେ ଦୁଇ ନେତା। କଂଗ୍ରେସ ଶିବିରରେ ଆଲୋଚନା ହେଉଛି, ପିସିସି ସଭାପତି ଦୌଡରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି । ସେପଟେ ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି । ସେହିଭଳି ଦୁଇଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି । ଚର୍ଚ୍ଚା ହେଉଛି, ଏଆଇସିସି ନେତାଙ୍କ ଆଗରେ ଏହି ସମର୍ଥକମାନେ ପିସିସି ସଭାପତି ପାଇଁ ମୋକିମ ଯୋଗ୍ୟ ବୋଲି ଯୁକ୍ତି ବାଢିବେ ।

ଏହାରି ଭିତରେ ୪୦ରୁ ଅଧିକ ନେତା ଛତିଶଗଡ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ସଭାପତି ପାଇଁ ଲବି କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏଭଳି ମେଳିକୁ ନାପସନ୍ଦ କରିଛନ୍ତି ତାରାବାହିନୀପତି । ସେପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ବି ପିସିସି ସଭାପତି ପାଇଁ ଆଶାବାଦୀ ଅଛନ୍ତି । ସଭାପତି ପାଇଁ ସେ ମନାକରିନାହାନ୍ତି କି ପଦ ଯାଚିଲେ ଗ୍ରହଣ କରିବେ ବୋଲି ଏକ ସନ୍ଦେଶ ସେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦେଇଛନ୍ତି । ଏବେ କିଏ ପିସିସି ସଭାପତି ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ