Masthead

କିଏ ହେବେ ପିସିସି ସଭାପତି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ମୁଖିଆ ଖୋଜା କାର୍ଯ୍ୟ । ଓଡ଼ିଶା ଆସୁଛନ୍ତି ଏଆଇସିସି ନେତା ଚରଣଦାସ ମହନ୍ତ, ମୀନାକ୍ଷୀ ନଟରାଜନ । ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । କଂଗ୍ରେସ ଭବନରେ ବୈଠକ କରିବେ ଦୁଇ ନେତା । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ । ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ।

ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିବେ ଦୁଇ ନେତା। କଂଗ୍ରେସ ଶିବିରରେ ଆଲୋଚନା ହେଉଛି, ପିସିସି ସଭାପତି ଦୌଡରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି । ସେପଟେ ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି । ସେହିଭଳି ଦୁଇଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି । ଚର୍ଚ୍ଚା ହେଉଛି, ଏଆଇସିସି ନେତାଙ୍କ ଆଗରେ ଏହି ସମର୍ଥକମାନେ ପିସିସି ସଭାପତି ପାଇଁ ମୋକିମ ଯୋଗ୍ୟ ବୋଲି ଯୁକ୍ତି ବାଢିବେ ।

ଏହାରି ଭିତରେ ୪୦ରୁ ଅଧିକ ନେତା ଛତିଶଗଡ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ସଭାପତି ପାଇଁ ଲବି କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏଭଳି ମେଳିକୁ ନାପସନ୍ଦ କରିଛନ୍ତି ତାରାବାହିନୀପତି । ସେପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ବି ପିସିସି ସଭାପତି ପାଇଁ ଆଶାବାଦୀ ଅଛନ୍ତି । ସଭାପତି ପାଇଁ ସେ ମନାକରିନାହାନ୍ତି କି ପଦ ଯାଚିଲେ ଗ୍ରହଣ କରିବେ ବୋଲି ଏକ ସନ୍ଦେଶ ସେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦେଇଛନ୍ତି । ଏବେ କିଏ ପିସିସି ସଭାପତି ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା