Masthead

ଡ୍ରପଆଉଟରେ ଓଡ଼ିଶା ନଂ ୧: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ନେତାଙ୍କ ଟାର୍ଗେଟରେ ୫-ଟି ! ଗୃହରେ ଜୟନାରାୟଣ ମିଶ୍ରଙ୍କ ୫-ଟିକୁ ତେରଛା ବାଣ। ଜୟନାରାୟଣ ମିଶ୍ର କହିଛନ୍ତି, ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଲେ । ଡ୍ରପଆଉଟ ରେସିଓରେ ଭାରତ ବର୍ଷରେ ଓଡ଼ିଶା ୧ ନଂ । ପରୀକ୍ଷା ବେଳେ ମନ୍ତ୍ରୀ ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି । ଏହା ଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି ? ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି ସରକାର । ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ ବୋଲି ଜୟନାରାୟଣ କହିଛନ୍ତି ।

ଅନେକ ସ୍କୁଲ ରେ ଶିକ୍ଷକ ନାହାନ୍ତି । ୬ କ୍ଲାସ ର ପିଲା ଅ ଠୁ କ୍ଷ ପର୍ୟ୍ୟନ୍ତ କହିପାରୁନି । ଓଡ଼ିଆ ଭାଷାକୁ ଧ୍ୱଂସ କରିବାକୁ ବସିଛନ୍ତି ସରକାର। ଏହା କ’ଣ ସରକାରଙ୍କ ୫-ଟି। ସବୁଜ ରଙ୍ଗ କରି କ’ଣ ପାକିସ୍ତାନ ଦର୍ଶାଇବାକୁ ଚାହୁଛନ୍ତି କି ସରକାର ? ଏ ଭଳି ପ୍ରଶ୍ନ କରି ଶୂନ୍ୟକାଳରେ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି କହିଛନ୍ତି ରାଜ୍ୟର ଡ୍ରପଆଉଟ ହାର ଉଦବେଗଜନକ । ଶିକ୍ଷା ବ୍ୟବସ୍ଥା ଥରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ