Naveen Patanaik

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୨୪ ଇଲେକ୍ସନ ଚାଲ । ହିଞ୍ଜିଳି ବାଦ କଣ୍ଟାବାଞ୍ଜିକୁ କାହିଁକି ବାଛିଥିଲେ? ତାକୁ ନେଇ ବାଟ ଘାଟରେ ଆଲୋଚନା ହେଉଥିବା ବେଳେ ଖୋଦ ଦଳୀୟ ନେତାଙ୍କ ମନରେ ବି ଠିକ୍ ସମାନ ପ୍ରଶ୍ନ ଉଙ୍କି ମାରିଥିଲା । ସେବେଠୁ ବିଜେଡି ପାଇଁ ସୃଷ୍ଟି କରିଥିଲା ସମସ୍ୟା । ଆଉ ଶେଷରେ ମୁହଁ ଖୋଲିଛନ୍ତି ନବୀନ । ଏକ୍ସରେ ନବୀନ ଦର୍ଶାଇଛନ୍ତି କି ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢିବା ନେଇ ସାମାଜିକ ଗଣମାଧ୍ୟମରେ କିଛି ହୀନ ଓ ନ୍ୟସ୍ତ ବ୍ୟକ୍ତି ଗୁଜବ ଓ ମିଥ୍ୟା ପ୍ରଚାର କରୁଛନ୍ତି ମୁଁ ଦୃଢ ନିନ୍ଦା କରୁଛି । ଏମାନେ ସେହି ବ୍ୟକ୍ତି ଗତ ନିର୍ବାଚନ ସମୟରେ ମିଛ କାହାଣୀ ଶୁଣାଇ ଥିଲେ । ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟରେ ଗୁଜବ କରିବାକୁ ପଛାଇନଥିଲେ । ଓଡ଼ିଶାବାସୀ ବୁଝିଲେଣି ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କୁ କହିବା ସହ ଗୁଜବ ତଥା ଅପପ୍ରଚାରରୁ ଏମାନଙ୍କୁ ଦୂରାଇ ରଖିବା ପାଇଁ ସଦବୁଦ୍ଧି ଦେବାଙ୍କୁ ଜଗନ୍ନାଥଙ୍କୁ ପ୍ରାଥନା ବି କରିଛନ୍ତି । ଆଉ ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ ? କିଏ ଓ କାହିଁକି ନବୀନଙ୍କୁ ନେଇ ଗୁଜବ କରିବ ? ତାଙ୍କ ଦଳର ଜଣେ ପୂର୍ବତନ ବିଧାୟିକାଙ୍କ ସ୍ୱାମୀ ଖୋଲା ଖୋଲି ନବୀନଙ୍କ କଣ୍ଟାବାଞ୍ଜି ନିର୍ବାଚନ ରହସ୍ୟ ଉନ୍ନମୋଚନ କରିବା କଣ ଗୁଜବ କି? ସେ ବାରିଥିବା ଷଡଯନ୍ତ୍ରର ଗନ୍ଧ ମିଥ୍ୟା କି? । ନବୀନଙ୍କୁ କଣ୍ଟାବାଞ୍ଜିରୁ ଛିଡା କରି ହରାଇବା ପାଇଁ ହୋଇଥିବା ପ୍ଲାନ କହିଦେବା କଣ ଅପପ୍ରଚାର କି? ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ଏହା ନବୀନଙ୍କ ସ୍ୱ ମତ ତ? ନା ଆଉ କାହାର ମତ? ନଳ ନବୀନ ଆଉ କାହାକୁ ବଞ୍ଚାଇବାକୁ ଯାଇ ନିଜେ ବ୍ୟବହାର କରିଥିବା ଶବ୍ଦରେ ନିଜେ ଛନ୍ଧି ହୋଇଗଲେ? କାହିଁକି ନାଁ ଦଳ ସରକାରରୁ ଗଲା ପରେ କାରଣ ଖୋଜା ହେଲା ସତ ଆଉ ନେତା ବି ପରାଜୟ ପଛର କାରଣ ବି କହିବା ସତ କିନ୍ତୁ ତାହାର ମୂଲ୍ୟ କଣ ହେଲା ତାକୁ ବି ନେଇ ପ୍ରଶ୍ନ? କାହିଁକି ସେ ଦିଗରେ ନବୀନ ନିରବ? ନାଁ ତାଙ୍କୁ କି ସେ ନିଜେ ବାଧ୍ୟ ବାଧକତାରେ ନିରବ? ଯେବେଠୁ ଦଳ ସରକାରରୁ ଗଲାଣି ସେବେଠାରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଓ ଦଳର ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିଛାଡୁଥିଲେ ଶୁଦ୍ଧା ନବୀନଙ୍କ ନିରବତା ଆଉ ଏବେ ଜଣେ ଅଣ ଓଡ଼ିଆ ଗୁମାସ୍ତା ତଥା ଭୈରବ ପାଣ୍ଡିଆନଙ୍କୁ ନେଇ ପ୍ରଶ୍ନ ଉଠିବା ପରେ ନବୀନ ନିଜେ ମୁହଁ ଖୋଲି କିଛି ମତ ରଖିବା ଯାହା ସମସ୍ତଙ୍କୁ ଚକିତ କରିଛି । ପସିଯାଇନାହାନ୍ତି ତ ନବୀନ? ନାଁ ତାଙ୍କୁ ଫାସାଇ ରଖାଯାଇଛି? ତାକୁ ନେଇ ପ୍ରଶ୍ନ ଆରମ୍ଭ ହୋଇଥିବା ବେଳେ ଆଉ ଗୋଟେ ଫର୍ଦ୍ଧ ବି ଏଥିରେ ଯୋଡି ହୋଇଛି । ନବୀନ ରାଜ୍ୟ ବୁଲି ପରାଜୟର ସମିକ୍ଷା ଓ ଦଳକୁ ସଙ୍ଗଠିତ କରିବା ପାଇଁ ନିସ୍ପତ୍ତି ଏକ ପ୍ରକାର ହୋଇଥିଲେ ସୁଦ୍ଧା କାହିଁକି ଏଥିରେ ବିଳମ୍ବ ହେଉଛି ନାଁ ତା ଭିତରେ ବି କିଛି ରହିଯାଇଛି ରହସ୍ୟ ତାକୁ ନେଇ ଏବେ ନାଁ ନାଁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଯାହା ଏବେ ବେଶ ନବୀନ, ତାଙ୍କ ଅଣ ଓଡ଼ିଆ ଗୁମାସ୍ତା ଓ ଦଳର ବର୍ତ୍ତମାନ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏବେ କଣ କରିବେ ତାକୁ ଚିନ୍ତାରେ ପଡିଛନ୍ତି । କାହିଁକି ନାଁ ଦଳର ବରିଷ୍ଠଙ୍କ ଠାରୁ ଆରମ୍ଭ କରି କନିଷ୍ଠଙ୍କ ଯାହା ୨୪ ଇଲେକ୍ସନ ଓ ବର୍ତ୍ତମାନ ଦଳ ପରିଚାଳନାକୁ ନେଇ ମୁହଁ ଖୋଲିବା ବେଶ ମୁଣ୍ଡ ବିନ୍ଧାର କାରଣ ପାଲଟି ଥିବା ବେଳେ ନବୀନଙ୍କର ଏହି ଏକ୍ସ ପୋଷ୍ଟକୁ ନେଇ ବି ଅଡୁଆ ସୃଷ୍ଟି ହେବାରେ ଲାଗିଲାଣି । ଗୁଜବ କିଏ ପ୍ରକୃତରେ କରୁଛି । ନାଁ ହେଉଥିବା ଚର୍ଚ୍ଚାର ରହିଛି ସତ୍ୟତା ତାକୁ ନେଇ ଏବେ ଗାଁ ଗହଳି ଠାରୁ ଆରମ୍ଭ କରି ସହରରେ ଆଲୋଚନାର ଶୀର୍ଷକ ପାଲଟିଛି । ଯାହାକୁ ନେଇ ପୁଣି ବିଜେଡି, ନବୀନ ଓ ତାଙ୍କ ଅଣ ଓଡ଼ିଆ ସନ୍ୟାସୀ ରାଜନେତାଙ୍କ ପାଇଁ ଅଡୁଆରେ ପକାଇଦେଇଛି ।

Leave a Reply

Your email address will not be published. Required fields are marked *