Masthead

ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିରେ ଯୋଗଦେଲେ ସୁନନ୍ଦା ଦାସ । ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହେଲେ ସୁନନ୍ଦା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ। କିଛି ଦିନ ପୂର୍ବେ ବିଜେଡିକୁ ବାଏ ବାଏ କହିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ସୁନନ୍ଦା।

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁନନ୍ଦା । ମାତ୍ର ଏହି ନିର୍ବାଚନରେ ତାଙ୍କୁ ଟିକେଟ ଦେଇ ନ ଥିଲା ଦଳ। ଦଳରେ ଅଣଦେଖା ହେଉଥିବା ଅଭିଯୋଗ ଆଣି ଗତ ୨୯ ତାରିଖରେ ବିଜେଡି ଛାଡ଼ିଥିଲେ ସୁନନ୍ଦ। । ଏଥିସହ ସେ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବେ ବୋଲି କୁହାଯାଉଥିଲା। ଶେଷରେ ଆଜି ବିଜେପିରେ ମିଶିଛନ୍ତି ବରୀର ଏହି ଟାଣୁଆ ନେତ୍ରୀ।  ବିଜେଡି ଛାଡ଼ିବା ପରେ ଦଳର ନେତୃବୃନ୍ଦଙ୍କ ଉପରେ ପ୍ରବଳ ବର୍ଷିବା ସହ ବହୁ ଗୁମର ଖୋଲିଥିଲେ ସୁନନ୍ଦା। ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିବା ବେଳେ ତାଙ୍କ ଟିକେଟ ବବି ଦାସ କାଟି ଦେଇଥିବା ସିଧାସଳଖ କହିଥିଲେ। ନିଜେ ଟିକେଟ ପାଇ ନ ଥିଲେ ବି ଫଳାଫଳ ଯାହା ଆସିଲା ସେଥିରେ ସେ ଖୁବ୍‌ ଖୁସି ଥିବା ସହ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇଥିଲେ ସୁନନ୍ଦା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା