ଜମ୍ମୁ-କଶ୍ମୀର ବିଧାନସଭାରେ ମୁହାଁମୁହିଁ ଶାସକ ଓ ବିରୋଧୀ

ଜମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀର ବିଧାନସଭାରେ ହେଲା ଜୋରଦାର ହଙ୍ଗାମା। ଗୃହ କାର୍ୟ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ବିଧାୟକ। ନିଜ ନିୟନ୍ତ୍ରଣ ହରାଇଲେ ଶାସକ ଓ ବିରୋଧୀ ଦଳର ନେତା। ପରସ୍ପରକୁ ଦେଲେ ଧକ୍କା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଚିରାଗଲା ପୋଷ୍ଟର। ଫଳରେ ଗୃହକୁ ମୁଲତବୀ କରାଯାଇଛି। ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କ ମଧ୍ୟରେ ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ କଥା ଯାଇଛି। ବୁଧବାର ଧାରା ୩୭୦ ପୁନଃସ୍ଥାପନ କରିବା ନେଇ ଶାସକ ଦଳ ଏନସି ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ବିଜେପି ବିଧାୟକମାନେ ଆଗ୍ରାହ୍ୟ କରିଥିଲେ। ଏହାକୁ ଦେଶ ବିରୋଧୀ ଓ ପାକିସ୍ତାନୀ ଏଜେଣ୍ଡା ବୋଲି କହିଥିଲେ ବିଜେପି ବିଧାୟକମାନେ।

ଆଜି ବିରୋଧ କରିଥିଲେ ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ ଖୁର୍ସିଦ୍ ଅହମଦ ସେଖ ଧାରା ୩୭୦ ଲେଖାଥିବା ପୋଷ୍ଟର ଦେଖାଇବାକୁ ବିରୋଧ କରିଥିଲା ବିଜେପି। ଯାହାକୁ ନେଇ ବିଜେପି ଓ ଶାସକ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କୁ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ