ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରଖଣ୍ଡରେ ଭୋଟ, ଓଡ଼ିଶା ରାଜନୀତିରେ କମ୍ପନ । ଜମୁଛି ଓଡ଼ିଆ ନେତାଙ୍କ ପ୍ରଚାର । ନିଜ ନିଜ ଦଳ ପାଇଁ ଭିଡିଛନ୍ତି ଅଣ୍ଟା । ମୁହାଁମୁହିଁ ହେଉଛନ୍ତି ଓଡ଼ିଆ ରାଜନେତା । ବିଜେପି ବନାମ କଂଗ୍ରେସ-ଜେଏମଏମ ଲଢାଇ । ପଛରେ ବି ପଢିନାହାନ୍ତି ଅନ୍ୟ ରାଜନୈତିକ ଦଳ । ସେମାନେ ବି କମର କଶିଦେଇଛନ୍ତି । ପୂର୍ବ ଜମସେଦପୁରରେ ଦେଖାଦେଇଛି ଓଡିÿଆ ନେତାଙ୍କ ପାୱର ସୋ । ଦେଖିବାକୁ ମିଳୁଛି ସେଠାରେ ଆର ପାରର ଲଢେଇ । ଓଡ଼ିଆ ନେତାଙ୍କ ରଣହୁଙ୍କାରରେ ଉଠୁଛିପଡୁଛି ପୂର୍ବ ଜାମସେଦପୁର । ଓଡ଼ିଶା ସହ ସର୍ମ୍ପକରେ ଥିବା ନେତା ଓ ନେତାଙ୍କ ପରିବାର ଭିତରେ ହେଉଛି ମୁକାବିଲା । ବିଜେପିରୁ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପ୍ରାର୍ଥୀ ହୋଇଥିବା ବେଳେ ଜେଏମଏମ ସର୍ମଥିତ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଓଡ଼ିଶା କଂଗ୍ରେସର ପ୍ରଭାରୀ ଅଜୟ କୁମାର । ଓଡ଼ିଶାର ନେତା ଦଳବଳ ଧରି ପକାଇଛନ୍ତି ଡେରା ।
ଡୋର ଟୁ ଡୋର କରୁଛନ୍ତି କ୍ୟମ୍ପେନ, ମାଗୁଛନ୍ତି ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ । ନେତାଙ୍କ ଠାରୁ ବିଧାୟକ, ସାସଂଦଙ୍କ ଠାରୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଧରିଛନ୍ତି ପ୍ରଚାର ମଙ୍ଗ । ରଘୁବରଙ୍କ ବୋହୂଙ୍କ ପାଇଁ ପୂରା ଓଡ଼ିଶା ବିଜେପି ଲଗାଇଦେଇଛି ଫୁଲ ଦମ । ରାଜ୍ୟରେ ତାଙ୍କ ଶଶ୍ୱରଙ୍କ କାର୍ଯ୍ୟଶୈଳୀ ଓ ରାଜ୍ୟବାସୀଙ୍କ ପାଇଁ ତାଙ୍କର ଥିବା ଅବଦାନକୁ ଝାରଖଣ୍ଡ ମଇଦାନରେ ବଖାଣୁଛନ୍ତି ଓଡ଼ିଆ ନେତା । ଖାଲି ସେତିକି ନୁହେଁ ରଘୁବର ଝାରଖଣ୍ଡରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟ ପାଇଁ କରିଥିବା ଉଲେଖନିୟ କାର୍ଯ୍ୟବି ଲୋକଙ୍କ ପାଖରେ ବଖାଣୁଛନ୍ତି । ଯେହେତୁ ପୂର୍ବ ନିର୍ବାଚନରେ ରଘୁବର ସେଠାରେ ପରାଜିତ ହେବା ସହ ବିଜେପି ନିଜର ଏକ ଗଡ ହରାଇଥିଲା ତେଣୁ ଚଳିତ ନିର୍ବାଚନରେ ଆଉ ସେ ଭୁଲ ଦୋହରାଇବାକୁ ଚାହିଁନି । ପୁଣି ହୁଏତ ରଘୁବରଙ୍କ ପରିବାର ଉପରେ ଭରଷା କରିଛି କିନ୍ତୁ ପୁରା ଦମ ଲଗାଇଦେଇଛି ଦଳ ।
ଆଉ ଠିକ୍ ଏହି ସମୟରେ କଂଗ୍ରେସ-ଜେଏମଏମ ପଛରେ ପଡିନାହାନ୍ତି । ନିଜ ନିଜ ପ୍ରାର୍ଥୀଙ୍କ ପ୍ରଚାର ଦାୟିତ୍ୱ ନିଜ କାନ୍ଧକୁ ନେଇ ଝାରଖଣ୍ଡରେ ଡେରା ପକାଇ ଛକି ରହିଛନ୍ତି ଓଡ଼ିଆ ନେତା । ଓଡ଼ିଶାରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ମାଡ ମାରିବା, ରାଜଭବନକୁ ରାଜନୈତିକ କେନ୍ଦ୍ର କରି ଝାରଖଣ୍ଡ ନିର୍ବାଚନ ପରିଚାଳନା କରିବା ଭଳି କଥା କହି ଝାରଖଣ୍ଡ ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିପଡିଛନ୍ତି ଓଡ଼ିଶାର କଂଗ୍ରେସ-ଜେଏମଏମ ନେତା । ପ୍ରଭାରୀଙ୍କୁ କିପରି ବିଜୟ କରାଇ ପାରିବେ ତା ପାଇଁ ପୁରା ଆରମ୍ଭ କରିଦେଇଛନ୍ତି ନିଜର ରଣକୈଶଳ । ଓଡ଼ିଶାର ପଡୋଶୀ ରାଜ୍ୟ ଯେହେତୁ ଝାରଖଣ୍ଡ ପ୍ରଦେଶ ତେଣୁ ଓଡ଼ିଶା ନେତାଙ୍କ ପ୍ରଭାବ ରହିବା ସ୍ୱଭାବିକ । କାହିଁକି ନା ଓଡ଼ିଶାରେ ନିର୍ବାଚନ ଥିବା ସମୟରେ ମଧ୍ୟ କାମ ଦେଇଥିଲା ରାଜ୍ୟକୁ ଆସି ପ୍ରଚାରପ୍ରସାର । ଆଉ ଏବେ ଝାରଖଣ୍ଡ ଇଲେକ୍ସନରେ କେଉଁ ଦଲର ଓଡ଼ିଆ ନେତାଙ୍କ ପ୍ରଭାବ ବିସ୍ତାର କରିପାରୁଛି ତାହାକୁ ଅପେକ୍ଷା ।