Masthead

ଖାତାକୁ ଆସିନି ଟଙ୍କା, ଜାଣନ୍ତୁ କ’ଣ ହୋଇଛି ସମସ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ମହିଳାଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ସଙ୍କଳ୍ପବଦ୍ଧ । ସୁଭଦ୍ରା ଯୋଜନା ଆଣି ଦେଇ ଚାଲିଛନ୍ତି ଆର୍ଥିକ ସହାୟତା ରାଶି । ପାଞ୍ଚ ବର୍ଷରେ ମହିଳାଙ୍କୁ ସରକାର ଦେବେ ପଚାଶ ହଜାର ଟଙ୍କା । ବର୍ଷକୁ ଦୁଇଟି କିସ୍ତିରେ ମହିଳାଙ୍କୁ ମିଳିବ ଦଶ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନରେ ଓଡିÿଶା ଆସି ଏହାର କରିଥିଲେ ଶୁଭ ଉଦଘାଟନ । ସେହିଦିନ ଠାରୁ ରାଜ୍ୟର ୨୧ବର୍ଷରୁ ୬୦ବର୍ଷର ମହିଳା ଏଥିରେ ଉପକୃତ ହେଉଛନ୍ତି ।

ମୋହନ ସରକାର ଲକ୍ଷ ରଖିଛନ୍ତି ପାଖାପାଖି ଏକକୋଟି ତିରିଶ ଲକ୍ଷ ମହିଳାଙ୍କୁ ଏଥିରେ ଯୋଡିବେ । ଆବଶ୍ୟକ ପଡିଲେ ଏଥିରେ ବି ବୃଦ୍ଧି କରିବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ଷାଠିଏ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ଏଥିରେ ସାମିଲ ହୋଇ ନିଜର ଅର୍ଥ ପାଇ ସାରିଲେଣି । ଆସନ୍ତା ୨୪ ତାରିଖରେ ଆଉ କୋଡିଏ ଲକ୍ଷରୁ ଅଧିକ ମହିଳାଙ୍କୁ ମଧ୍ୟ ଏହି ଅର୍ଥ ପ୍ରଦାନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ଅନେକ ଯୋଗ୍ୟ ବ୍ୟକ୍ତିବି ବିଭିନ୍ନ କାରଣରୁ ଏଥିରୁ ବଞ୍ଚିତ ରହିଯାଇଛନ୍ତି । ଯାହା ପାଇଁ ସରକାର ଚିନ୍ତା କରି ନେଇଛନ୍ତି ବଡ ନିଷ୍ପତ୍ତି । ସେମାନଙ୍କୁ ବି ଏଥିରେ ସାମିଲି କରିବା ପାଇଁ ସରକାର ବିଚାର କରି ତାଙ୍କୁ ଯୋଡିବା ପାଇଁ ନୂଆ ରୋଡ ମ୍ୟାପ ଆପଣାଇଛନ୍ତି ।

ଗଣମାଧ୍ୟମ ହେଉ କି ସୋଶିଆଲ ମିଡିଆ, ଲୋକପ୍ରତିନିଧିଙ୍କ ଠାରୁ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ପାଖରେ ଏହାକୁ ପହଞ୍ଚାଇବା ସହ ସେମାନେ କେମିତି ଯୋଡି ହେବେ ତାକୁ ଦେଇଛନ୍ତି ଗୁରୁତ୍ୱ । ଖାଲି ସେତିକି ନୁହେଁ ଅନଲାଇନ ଜରିଆରେ ଲୋକେ କେମିତି ତାଙ୍କର ଆବେଦନରେ କ’ଣ ଭୁଲ ରହିଛି, କେଉଁ କାରଣରୁ ବଞ୍ଚିତ ରହିଛନ୍ତି, କାହାର କଟିଛି ଓ କିଏ ଏଥିରେ ଉପକୃତ ହୋଇ ପାରିବେ ସେଥିପାଇଁ ସ୍ୱତନ୍ତ୍ର ପୋଟାଲ ଜରିଆରେ ସୂଚନା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଯେହେତୁ ସରକାରଙ୍କ ନିଷ୍ପତ୍ତି କେହି ଯେମିତି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ନହୁଅନ୍ତୁ । ତେଣୁ ଆପଣ ମାନେ ବି ସେହି ସାଇଡକୁ ଯାଆନ୍ତୁ ଏବଂ ଆପଣ ଏହି ଅର୍ଥ ରାଶି ପାଇବାରୁ କାହିଁକି ଏବେ ଯାଏ ବଞ୍ଚିତ ରହିଛନ୍ତି ତାହାକୁ ଜାଣି ତୁରନ୍ତ ସମସ୍ୟାର ସମାଧାନ କରିନିଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ