ଆସି ସରିବ ପ୍ରଚାର, ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଅଗ୍ନି ପରୀକ୍ଷା

ମୁମ୍ବାାଇ (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୦ରେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୮ ଆସନ ଲାଗି ହେବ ଭୋଟ। ଗତ ୧୩ ତାରିଖରେ ୪୩ ଆସନରେ ହୋଇଥିଲା ଭୋଟ। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ, ଭାଇ ବସନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଧୁଆଁଧାର ପ୍ରଚାର କରି ଶେଷ ମୁହୂର୍ତରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିବେ । ସେପଟେ ମହାରାଷ୍ଟ୍ରରେ ମଧ୍ୟ ଆଜି ପ୍ରଚାରର ଶେଷ ହେବ । ଇଣ୍ଡି ମେଣ୍ଟ ଓ ଏନଡିଏ ମେଣ୍ଟ ପକ୍ଷରୁ ପ୍ରଚାରର ଶେଷ ଦିନରେ ରାଲି, ରୋଡ ସୋ ଓ ପ୍ରଚାର ସଭା କରି ଭୋଟ ମାଗିବେ ବଡ଼ ବଡ଼ ନେତା । ମହାରାଷ୍ଟ୍ରରେ ବୁଧବାର ୨୮୮ଆସନରେ ଭୋଟ ଗ୍ରହଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ