ଦିଲ୍ଲୀରେ ସଙ୍ଗୀନ ହେଉଛି ବାୟୁ ପ୍ରଦୁଷଣ; ସ୍କୁଲ ବନ୍ଦ, ଅନଲାଇନରେ ହେବ ପାଠପଢା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସଙ୍ଗୀନ ହେଉଛି ଦିଲ୍ଲୀ ବାୟୁ ପ୍ରଦୁଷଣ । ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବାବି କଷ୍ଟକର ହୋଇ ପଡ଼ିଛି। ବଢୁଥିବା ପ୍ରଦୂଷଣ ଦୃଷ୍ଟିରେ ରଖି ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସବୁ ସ୍କୁଲ ବନ୍ଦ ରହିବା ସହ ଅନଲାଇନ୍ ମାଧ୍ୟମରେ ପାଠ ପଢିବେ ଛାତ୍ରଛାତ୍ରୀ । ସେହିପରି ଦିଲ୍ଲୀ ୟୁନିର୍ଭସିଟିରେ ମଧ୍ୟ ଅନଲାଇନରେ ହେବ ପଠାପଢା । ନଭେମ୍ବର ୨୨ ପର୍ଯ୍ୟନ୍ତ ଅନଲାଇନରେ ପାଠପଢା ହେବା ନେଇ ନିଷ୍ପତି ନିଆଯାଇଛି ।

ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ଲୋକମାନେ ଭୟଙ୍କର ଅବସ୍ଥାରେ ଅଛନ୍ତି। ସହରର ଅନେକ ଅଞ୍ଚଚଳରେ ଭିଜିବିଲିଟି ବହୁତ ହ୍ରାସ ପାଇଛି। ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ ଧୂଆଁ କୁହୁଡ଼ି ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୦୦ ପାର୍ କରିଛି । ସେପଟେ କୁହୁଡି ପାଇଁ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲିଠି ଦିଲ୍ଲୀରେ ଗ୍ରାଫ୍-୪ ନିୟମ ଲାଗୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ