Before Header

ଆମେରିକାର ପେନସିଲଭାନିଆରେ ଭୟଙ୍କର ବିସ୍ଫୋରଣ

0 20

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକାର ପେନସିଲଭାନିଆରେ ଭୟଙ୍କର ବିସ୍ଫୋରଣ । ଚକୋଲେଟ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୮ ଜଣ ଆହତ ହୋଇଥିବାବେଳେ ୯ ଜଣ ନିଖୋଜ ଅଛନ୍ତି। ପଶ୍ଚିମ ରିଡିଂର ପାଲମେର୍‌ କମ୍ପାନୀ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣରେ ଏଭଳି ଘଟିଛି ବୋଲି ପଶ୍ଚିମ ରିଡିଂ ବୋରୋ ପୋଲିସ ବିଭାଗର ପୋଲିସ ମୁଖ୍ୟ ୱେନ ହୋଲବେନ କହିଛନ୍ତି । ଏହି ବିସ୍ଫୋରଣରେ ଏକ କୋଠା ନଷ୍ଟ ହୋଇଯାଇଥିବାବେଳେ ଏହା ପାଖରେ ଥିବା କୋଠା ମଧ୍ୟ ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.