Masthead

ବିଜେଡି ଓ ବବିଙ୍କ ଫ୍ୟାମିଲିକୁ ଗଣତନ୍ତ୍ରରେ ନାହିଁ ବିଶ୍ୱାସ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କହୁକହୁ ସତ କଥା କହିଦେଲେ ବିଜେଡିର ପୂର୍ବ ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ଖୋଲିଦେଲେ ବିଜେଡିର ଗୁମର । ଭିତିରି କଥା କହି ଏବେ ଚର୍ଚ୍ଚାରେ ବବି । ଯାହା ବେଶ ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ଆଣିଦେଇଛି । ଦିନେ କ୍ରୀତଦାସ ସାଜିବେ ବୋଲି କହି ଖୁବ ଟ୍ରୋଲ ହୋଇଥିଲେ । ଏବେ ପୁଣି ବିଜୁ ଜନତା ଦଳ କି ମୋ ପରିବାର ଗଣତନ୍ତ୍ରରେ ବିଶ୍ୱାସ ରଖେନାହିଁ କହିବା ତାଙ୍କୁ ପଡିଛି ଭାରି । ୨୦ ନଭେମ୍ବର୨୦୨୪ତାରିଖ ରାତି ସମୟରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ବବି ଏଭଳି କହିଛନ୍ତି । ଯାହା ଏବେ ତାଙ୍କୁ ପୁଣି ବିବାଦକୁ ଟାଣିଛି ।

ଖାଲି ଟାଣି ନି ନୁହେଁ ଏବେ ବିରୋଧୀ ବି କହିବାକୁ ଲାଗିଲେଣି କି ଆମେ ଯାହା କହୁଥିଲୁ ଏବେ ବିଜେଡିର ଆଗଧାଡିର ନେତା ବି ନିଜ ମୁହଁରେ ସେୟା ସ୍ୱାକାର କରୁଛନ୍ତି । ବିଜେଡି କେବେ ବି ଗଣତନ୍ତ୍ରରେ ବିଶ୍ୱାସ ରଖିନଥିଲା କି ଆଜି ବି ରଖିନାହିଁ । ସେ ସବୁବେଳେ ଅଗଣତାନ୍ତ୍ରିକରେ ଥିଲା ରହିଛି ମଧ୍ୟ । ଆଲୋଚନା ଏହାବି ହେଉଛି କି ଯିଏ ନିଜକୁ ଦିନେ କ୍ରୀତଦାସ ସଜାଇବାକୁ ପଛାଇନଥିଲା ସେ ଆଜି ଯାହା ହେଉ ତା ମୁହଁରେ ସତ୍ୟକୁ ସ୍ୱିକାର କରିନେଇଛି । ହୁଏତ ଦଳ ସତ୍ତାରୁ ଚାଲିଯିବା ପରେ ଏଭଳି ସତ୍ୟ କହିବାକୁ ପସନ୍ଦ କଲେଣି ନେତା । ଏଠି ପ୍ରଶ୍ନ କାହିଁକି ଏମିତି କହିବାକୁ ପଛଘୁଞ୍ଚା ଦେଲେ ନାହିଁ ବବି? ନା ଏହା ପଛର କଣ ରହିଛି ତାଙ୍କର ଉଦେ୍ଦଶ୍ୟ? ଯାଜପୁର ସହରର ପରିସ୍ଥିତି ଠିକ୍ ନଥିବା ବେଳେ ତାଙ୍କର ଏହି ମନ୍ତବ୍ୟ ବେଶ ଆଲୋଡନା ସୃଷ୍ଟି କରିଛି ।

ଜଣେ ବ୍ୟକ୍ତି ରାଜନୀତି ଓ ଜନତାଙ୍କୁ ନିକଟରୁ ଦେଖିବା ସହ ତାଙ୍କର ଲୋକପ୍ରତିନିଧି ଦୀର୍ଘ ସମୟ ରହିଆସୁଥିବା ବେଳେ କ’ଣ ତାଙ୍କ ମୁହଁରୁ ଏ କଥା ସୋଭା ପାଉଛି କି? ଯାହା ଏବେ ବିଜେଡିର ଶାସନ ସମୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ଯାଜପୁର ଜିଲ୍ଲାରେ ପ୍ରଣବଙ୍କ ପରିବାରର ଦୀର୍ଘଦିନ ଧରି ନିଜର ରାଜନୈତିକ ଯାତ୍ରା କରିଛନ୍ତି ତେବେ କଣ ତାଙ୍କ ଲୋକ ପ୍ରତିନିଧି ବନିବା ସମୟରେ ବି ଅଗଣତାନ୍ତ୍ରି କ ଭାବେ କାର୍ଯ୍ୟ କରୁଥିଲେ କି? ଯଦି ତାହା ନୁହେଁ ତେବେ ତାଙ୍କ ବୟାନ ଦେବାକୁ ଏହାରି ଭିତରେ ଅନେକ ସମୟ ବିତିଯାଇଥିଲେ ସୁଦ୍ଧା କାହିଁକି ବବି ନିରବ? ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ