Masthead

ଜୋ ବାଇଡେନଙ୍କ ଅପେକ୍ଷା କମଲା ହାରିସଙ୍କୁ ହରାଇବା ସହଜ ହେବ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜୋ ବାଇଡେନ୍‌ଙ୍କ ଉପରେ ବର୍ଷିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ରାଷ୍ଟ୍ରପତି ପଦ ପାଇଁ ବାଇଡେନ୍‌ ଯୋଗ୍ୟ ନ ଥିଲେ ବୋଲି ଟ୍ରମ୍ପ କହିଛନ୍ତି । ମିଛ ଓ ମିଥ୍ୟା ଖବର ଆଧାରରେ ସେ ରାଷ୍ଟ୍ରପତି ପଦ ପାଇଥିଲେ । ତାଙ୍କ ପାଖ ଲୋକ ଜାଣନ୍ତି ସେ ରାଷ୍ଟ୍ରପତି ପଦ ପାଇଁ ଫିଟ୍‌ ନୁହନ୍ତି । ଦେଖନ୍ତୁ ଆଜି ଦେଶର ସ୍ଥିତିକୁ ସେ କେଉଁ ସ୍ତରରେ ପହଞ୍ଚାଇଛନ୍ତି । ସୀମା ଖୋଲାମେଲା, ସମସ୍ତେ ଦେଶ ଭିତରକୁ ପଶି ଆସୁଛନ୍ତି । ତାଙ୍କ ପାଇଁ ଦେଶବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ ।

ବାଇଡେନ ନିର୍ବାଚନ ଦୌଡ଼ରୁ ବାହାରିବାର କିଛି ମିନିଟ ପରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,  ଜୋ ବାଇଡେନଙ୍କ ଅପେକ୍ଷା କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ।ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌’ରେ କହିଛନ୍ତି, ବାଇଡେନ ଆମେରିକାର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି। ବାଇଡେନ ଭାରି ଚତୁର ଏବଂ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ଯୋଗ୍ୟ ନୁହନ୍ତି। ବାଇଡେନଙ୍କ ଅପେକ୍ଷା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ। ସେହପିରି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଟ୍ରମ୍ପ ଜୁନିଅର କମଲା ହାରିସଙ୍କୁ ବାଇଡେନଙ୍କ ଅପେକ୍ଷା କମ ଦକ୍ଷ ବୋଲି କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ