Masthead

ବେଲ୍ ମିଳିବା ପରେ ବି ଜେଲରେ ରହିବେ ଭବ

ଯାଜପୁର (ବଡ଼ ଖବର ବ୍ୟୁରୋ): ଭବଙ୍କ ପାଇଁ ବଢ଼ିଲା ଅଡୁଆ । ଶୁକ୍ରବାର ଯାଜପୁର ଜିଲ୍ଲା ଦୌରାଜଜ ଭବଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏବେ ବି କୋର୍ଟରେ ବିଚାରଧୀନ ରହିଛି ୩ଟି ମାମଲା । ବିରଜା ହାଟରେ ଚାଷୀକୁ ଆକ୍ରମଣ ଘଟଣାରେ ଶୁକ୍ରବାର ଯାଜପୁରର ଜିଲ୍ଲା ଦୌରାଜଜ ପୂର୍ବତନ ବିଧାୟକଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ମିଳିଲେ ମଧ୍ୟ ଅନ୍ୟ ତିନିଗୋଟି ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଭବ ଜେଲରେ ରହିବେ ବୋଲି ଭବଙ୍କ ଓକିଲ ପ୍ରବୀର ରାୟ ସୂଚନା ଦେଇଛନ୍ତି ।

ଚଳିତ ମାସ ୨୧ତାରିଖ ଦିନ ଯାଜପୁରର ସର୍ବପୁରାତନ ବିରଜା ହାଟରେ ଚାଷୀ ମଦନ ନାୟକ ପରିବା ବିକ୍ରି କରୁଥିବା ସମୟରେ ଭବ ଓ ତାଙ୍କର ସମର୍ଥକ ମାନେ ଚାଷୀ ମଦନକୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ମଦନ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚାଷୀର ଲିଖିତ ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଭବଙ୍କୁ ଜେଲ ପଠାଇ ଦେଇଥିଲେ । ଆଜି କୋର୍ଟରେ ଭବଙ୍କ ଜାମିନ ପାଇଁ ଆବେଦନ କରାଯାଇଥିବାବେଳେ ଚାଷୀ କୋର୍ଟରେ ପହଂଚି ସତ୍ୟପାଠ ମାଧ୍ୟମରେ କେଶ ପ୍ରତ୍ୟାହାର ପାଇଁ ଜଣାଇଥିଲେ ।

ସେପଟେ ଭବଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଓକିଲ କୋର୍ଟଙ୍କୁ ଜଣାଇବା ପରେ ସମସ୍ତ କଥାକୁ ବିଚାର କରି ମାନ୍ୟବର କୋର୍ଟ ଭବଙ୍କୁ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇଥିଲେ ମଧ୍ୟ ଅନ୍ୟ ତିନିଗୋଟି ମକଦ୍ଦମା ଥିବାରୁ ଭବ ଜେଲ ରହିବେ ବୋଲି ଓକିଲ ସୂଚନା ଦେଇଛନ୍ତି । ଅନ୍ୟପଟେ ଶ୍ରୀମତୀ ଖୁଣ୍ଟିଆ ସାମଲଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଯାଜପୁର ଥାନା ପୋଲିସ ଏକ ଜାତିଆଣା ମକଦମା ରୁଜୁ କରିଛି । ଯାହାକୁ ନେଇ ଆଗାମୀ ଦିନରେ ଭବଙ୍କ ପାଇଁ ଅଡୁଆ ଦେଖାଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ