Masthead

ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ବନସ୍ପତି ଘିଅ ଜବତ । ୩୦ ପ୍ୟାକେଟ୍‌ ବନସ୍ପତି ଜବତ କଲେ ଶ୍ରୀମନ୍ଦିର ସୁରକ୍ଷା କର୍ମୀ । ସିଂହଦ୍ଵାର ପୋଲିସ୍‌କୁ ଅବଗତ କଲେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ । କେଉଁ ସୁଆର ରୋଷ ଘରକୁ ବନସ୍ପତି ନେଉଥିଲେ, ସେ ନେଇ ତଦନ୍ତ ଜାରି । ଶ୍ରୀମନ୍ଦିର ଆନନ୍ଦବଜାର ଓ ରୋଷଘର ମହାପ୍ରସାଦର ସୁଦ୍ଧତାକୁ ନେଇ ସରକାର ଓ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ପୁଣି ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଆଜି ଶ୍ରୀମନ୍ଦିର ରୋଷଘରକୁ ବେଆଇନ ଭାବେ ନିଆଯାଉଥିବା ବେଳେ ସିଂହଦ୍ୱାର ନିକଟରେ ୩୦ ପ୍ୟାକେଟ୍‌ ବନସ୍ପତି ଘିଅ ଜବତ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ଯାଞ୍ଚ ସମୟରେ ଏହି ବିପୁଳ ପରିମାଣର ବନସ୍ପତି ଘିଅ ଧରିଥିଲେ। ମହାପ୍ରସାଦ ପ୍ରସ୍ତୁତି ପାଇଁ କେବଳ ଶୁଦ୍ଧ ଗାଈ ଘିଅ ବ୍ୟବହାର କରିବାକୁ ସେବାୟତମାନଙ୍କୁ କଡ଼ା ନିର୍ଦ୍ଦେଶ ରହିଥିବା ବେଳେ, ରୋଷଘରକୁ ଏଭଳି ବନସ୍ପତି ନିଆଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ତତ୍କାଳ ସିଂହଦ୍ୱାର ପୋଲିସ୍‌କୁ ଏ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି। ଜବତ ହୋଇଥିବା ବନସ୍ପତି ଘିଅକୁ ପୋଲିସ ଜେମା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କେଉଁ ସୁଆର ସେବାୟତଙ୍କ ନିର୍ଦ୍ଦେଶରେ ଏହି ବନସ୍ପତି ରୋଷଘରକୁ ନିଆଯାଉଥିଲା? ଏହି ବେଆଇନ କାର୍ଯ୍ୟ ପଛରେ କେଉଁମାନଙ୍କର ହାତ ରହିଛି, ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ମିଳିତ ଭାବେ ସିସିଟିଭି (CCTV) ଫୁଟେଜ୍ ଆଧାରରେ ଖୋଳତାଡ଼ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ