Masthead

ପକ୍ଷୀଙ୍କ କଳରବରେ ମୁଖରିତ ଚିଲିକା

ଟାଙ୍ଗୀ, (ବଡ଼ ଖବର ବ୍ୟୁରୋ): ପହିଲି ଶୀତର ଆଗମନରେ ଚିଲିକାକୁ ଆରମ୍ଭ ହୋଇଛି ବିଦେଶୀ ଅତିଥିଙ୍କ ଆଗମନ। କିଚିରି ମିଚିରି ଶବ୍ଦରେ ପୁଲକିତ ହେଉଛି ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ପ୍ରାକୃତିକ ସୌନ୍ଦର୍ୟ୍ୟଭରା ପରିବେଶ। ପକ୍ଷୀମାନଙ୍କର ଜଳକ୍ରୀଡ଼ା ଓ କଳରବରେ ମୁଖରିତ ଚିଲିକାର ଦୃଶ୍ୟ ବେଶ୍ ମନୋରମ। ଯାହା ପକ୍ଷୀପ୍ରେମୀ ଓ ବିଶାରଦଙ୍କୁ ଟାଣି ନେଇଆସେ ଚିଲିକାକୁ। ବିଶେଷ କରି ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ୟ୍ୟନ୍ତ ଦେଖିବାକୁ ମିଳେ ଭଳିକି ଭଳି ରଙ୍ଗ ବେରଙ୍ଗର ବିଦେଶୀ ଅତିଥିଙ୍କୁ।

ଉତ୍ତମ ଜଳବାୟୁ ଓ ପ୍ରଚୁର ପରିମାଣରେ ଗୁଲ୍ମ ଜାତ ଖାଦ୍ୟ ଅନ୍ୱେଷଣରେ ସୁଦୂର ସାଇବେରିଆ, ମଙ୍ଗୋଲିଆ, ମାଲେସିଆ, ରୁଷ୍ ଓ ତୁର୍କୀରୁ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସି ପହଞ୍ଚୁଛନ୍ତି ପକ୍ଷୀ। ପକ୍ଷୀମାନଙ୍କ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିବା ଲାଗି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ତରଫରୁ ଟାଙ୍ଗୀ ରେଞ୍ଜରେ ୧୧ଟି କ୍ୟାମ୍ପ କରାଯାଇଥିବା ବେଳେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ କର୍ମଚାରୀ ଓ ସ୍ଥାନୀୟ ପକ୍ଷୀ ସୁରକ୍ଷା କର୍ମୀ। ଚଳିତବର୍ଷ ଟାଙ୍ଗୀ ରେଞ୍ଜରେ ୧୩ହଜାରରୁ ୧୫ହଜାର ପକ୍ଷୀ ଆସିଥିବା ବେଳେ ପ୍ରାୟ ୫୦ ପ୍ରଜାତିର ପକ୍ଷୀ ଆସିଥିବା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଚୂଡ଼ାମଣି ମୁର୍ମୁ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’