ଆଇପିଏଲ କ୍ୱାଲିଫାୟାର-୧: ଆଜି ଯୁବ-ଅଭିଜ୍ଞ ଟକ୍କର

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜନର ପ୍ରଥମ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ଦୁବାଇ ଷ୍ଟାଡିୟମରେ ରୋହିତ ଶର୍ମାଙ୍କୁ ଟକ୍କର ଦେବେ ଯୁବ ଅଧିନାୟକ ଶ୍ରେୟାସ ଆୟର। ଆଇପିଏଲ ଫାଇନାଲର ପ୍ରଥମ ଟିକେଟ ପାଇବା ପାଇଁ ଆଜି ଉଭୟ ଦଳ ମଧ୍ୟରେ ହେବ ଜୋରଦାର ଟକ୍କର। ଆଇପିଏଲ ଇତିହାସରେ ୪ଥର ଟାଇଟଲ ବିଜେତା ମୁମ୍ବାଇ ଚଳିତ ସିଜନରେ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହି ନିଜ ଗ୍ରୁପ ଷ୍ଟେଜ୍ ସମାପ୍ତ କରିଥିଲା। ସେହିପରି ଯୁବ ତାରକାରେ ଭରପୂର ଦିଲ୍ଲୀ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା।
ମୁମ୍ବାଇ ତା’ର ପୂର୍ବ ମ୍ୟାଚ ହାଇଦ୍ରାବାଦଠାରୁ ୧୦ ୱିକେଟରେ ହାରିଥିଲା। କିନ୍ତୁ ଚାରୋଟି ମ୍ୟାଚ ପରେ ଦଳକୁ ଅଧିନାୟକ ରୋହିତ ଶର୍ମା ଫେରିବାରୁ ଦଳ ପାଇଁ ଏହା ଖୁସି ଖବର ଥିଲା। ସେହିପରି ପୂର୍ବ ମ୍ୟାଚରେ ମୁମ୍ବାଇର ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ରାମ ଦିଆଯାଇଥିଲା। କିନ୍ତୁ ଆଜିର ମ୍ୟାଚରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ହୋଇଥିବାବେଳେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ମୁମ୍ବାଇର ବ୍ୟାଟ୍ସମ୍ୟାନ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଆଜିର ମ୍ୟାଚରେ ଦଳର ସମୀକରଣ କିପରି ରହିବ ତାହା ମଧ୍ୟ ଦେଖିବାର ବିଷୟ। ଦିଲ୍ଲୀ ମଧ୍ୟ ବ୍ୟାଟିଂ ବିପର୍ୟୟର ସମ୍ମୁଖୀନ ହେଉଛି। ମଧ୍ୟକ୍ରମର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦିଲ୍ଲୀ ପାଇଁ ଚିନ୍ତାର କାରଣ ପାଲିଟଛି। ଅଶ୍ୱିନ ଆହତ ହେବା ମଧ୍ୟ ଦିଲ୍ଲୀ ପାଇଁ ଚିନ୍ତାର କାରଣ ପାଲଟିଛି।
ଅପରପକ୍ଷରେ ଆଇପିଏଲ ଇତିହାସରେ ଉଭୟ ଦଳ ୨୬ଥର ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇ ୧୪ଥର ଓ ଦିଲ୍ଲୀ ୧୨ ଥର ବାଜି ମାରିଛି। ଚଳିତ ସିଜନରେ ଉଭୟ ଦଳ ଦୁଇଥର ମୁହାଁମୁହିଁ ହୋଇଥିବାବେଳେ ଉଭୟ ମ୍ୟାଚ ମୁମ୍ବାଇ ଜିତିଛି। ଅନ୍ୟପଟେ ଦୁବାଇ ଷ୍ଟାଡିୟମରେ ମୁମ୍ବାଇ ୯ ମ୍ୟାଚ ଖେଳି ୫ଟିରେ ବିଜୟ ଓ ୪ଟି ମ୍ୟାଚରେ ପରାଜିତ ହୋଇଛି। ସେହିପରି ଦିଲ୍ଲୀ ଏହି ଷ୍ଟାଡିୟମରେ ୬ ମ୍ୟାଚ ଖେଳିଛି। ସେଥିମଧ୍ୟରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ଓ ୫ଟିରେ ପରାଜୟ ବରଣ କରିଛି। ଆଜିର ମ୍ୟାଚ ଜିତି ପ୍ରଥମ ଦଳ ଭାବରେ ଆଇପିଏଲ-୧୩ ଫାଇନାଲରେ ପହଞ୍ଚିବାକୁ ଉଭୟ ଦଳ ଚେଷ୍ଟା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’