Masthead

ହଠାତ୍ ଖସିଲା ପାରଦ, ବଢିଲା ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୀତ ନଥିଲା । ହଠାତ୍‌ ଖସିଲା ପାରଦ । ସାରା ରାଜ୍ୟରେ ପାରଦ ଖସିଛି । ପୂର୍ବ ରାତି ତୁଳନାରେ କେଉଁଠି ୧ ଡିଗ୍ରୀ, ୨ ଡିଗ୍ରୀ, ଆଉ କେଉଁଠି ୩ ଡିଗ୍ରୀ କମିଲା । ଆଭ୍ୟନ୍ତରୀଣ, ଉତ୍ତରରୁ ନେଇ ଉପକୂଳ ଯାଏଁ ସବୁଠି ବହିଲା ଥଣ୍ଡା ପବନ । ସକାଳୁ ଉଠିଲାବେଳକୁ ଘର ଚଟାଣ, କାନ୍ଥ ସବୁ କାଲୁଆ ଲାଗୁଥିଲା । ପୂର୍ବ ରାତି ତୁଳନାରେ ପ୍ରାୟ ୧ରୁ ୩ ଡିଗ୍ରୀ ସେଲସିୟସ୍‌ କମିଛି ସର୍ବନିମ୍ନ ତାପମାତ୍ରା । ଜି.ଉଦୟଗିରି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବାବେଳେ ଉପକୂଳ ଓଡ଼ିଶାରେ ବି ପାରଦ ୧୩ ଡିଗ୍ରୀରେ ପହଞ୍ଚିଛି ।

ଏବେ ଆଉ ବେଶୀ ଖସିବନି ପାରଦ । ତଥାପି ରାଜ୍ୟରେ ବର୍ତ୍ତମାନ ସ୍ଥିତି ଜାରି ରହିବ । ମାତ୍ର ୨୦ ତାରିଖ ପରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ ବେଶି ବଢ଼ିପାରେ । ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ ଥିବାବେଳେ ରାଉରକେଲା ୧୦.୨, ଝାରସୁଗୁଡ଼ା ୧୦.୪, କିରେଇ ୧୦.୭, କେନ୍ଦୁଝର ୧୧.୨, ଅନୁଗୁଳ ୧୧.୬, କୋରାପୁଟ ୧୧.୮, ଫୁଲବାଣୀ ୧୨, ଢେଙ୍କାନାଳ ୧୨.୩, ଦାରିଙ୍ଗିବାଡ଼ି ୧୨.୫, ଭବାନୀପାଟଣା ୧୨.୨, ସୁନ୍ଦରଗଡ଼ ୧୨, ବାରିପଦା ୧୨.୫, କଟକ ୧୩.୬, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍‌ ଥିଲା ।

ପୂର୍ବ ରାତି ତୁଳନାରେ ପ୍ରାୟତଃ ୧ରୁ ୩ ଡିଗ୍ରୀ ଯାଏଁ ପାରଦ କମିଛି । ସ୍ୱାଭାବିକଠାରୁ ୧ରୁ ୩.୨ ଡିଗ୍ରୀ କମ୍‌ ରହିଛି କେତେକ ସ୍ଥାନରେ । ପୂର୍ବ ରାତି ତୁଳନାରେ ବାରିପଦା ତାପମାତ୍ରା ଅଢ଼େଇ ଡିଗ୍ରୀ, ଭୁବନେଶ୍ୱର ୨.୬ ଡିଗ୍ରୀ, ସୁନ୍ଦରଗଡ଼ ୨, ପାରଳାଖେମୁଣ୍ଡି ୩ ଡିଗ୍ରୀ ହ୍ରାସ ପାଇଛି । କଟକ ଓ ଭୁବନେଶ୍ୱରରେ ତାପମାତ୍ରା ସ୍ୱାଭାବିକଠାରୁ ୧ ଡିଗ୍ରୀ କମ୍‌ ଥିବାବେଳେ ଝାରସୁଗୁଡ଼ାରେ ୨.୮ ଡିଗ୍ରୀ କମ୍‌ ଅଛି । ଆସନ୍ତା ୧୬ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା