Masthead

ହଠାତ୍ ଖସିଲା ପାରଦ, ବଢିଲା ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୀତ ନଥିଲା । ହଠାତ୍‌ ଖସିଲା ପାରଦ । ସାରା ରାଜ୍ୟରେ ପାରଦ ଖସିଛି । ପୂର୍ବ ରାତି ତୁଳନାରେ କେଉଁଠି ୧ ଡିଗ୍ରୀ, ୨ ଡିଗ୍ରୀ, ଆଉ କେଉଁଠି ୩ ଡିଗ୍ରୀ କମିଲା । ଆଭ୍ୟନ୍ତରୀଣ, ଉତ୍ତରରୁ ନେଇ ଉପକୂଳ ଯାଏଁ ସବୁଠି ବହିଲା ଥଣ୍ଡା ପବନ । ସକାଳୁ ଉଠିଲାବେଳକୁ ଘର ଚଟାଣ, କାନ୍ଥ ସବୁ କାଲୁଆ ଲାଗୁଥିଲା । ପୂର୍ବ ରାତି ତୁଳନାରେ ପ୍ରାୟ ୧ରୁ ୩ ଡିଗ୍ରୀ ସେଲସିୟସ୍‌ କମିଛି ସର୍ବନିମ୍ନ ତାପମାତ୍ରା । ଜି.ଉଦୟଗିରି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବାବେଳେ ଉପକୂଳ ଓଡ଼ିଶାରେ ବି ପାରଦ ୧୩ ଡିଗ୍ରୀରେ ପହଞ୍ଚିଛି ।

ଏବେ ଆଉ ବେଶୀ ଖସିବନି ପାରଦ । ତଥାପି ରାଜ୍ୟରେ ବର୍ତ୍ତମାନ ସ୍ଥିତି ଜାରି ରହିବ । ମାତ୍ର ୨୦ ତାରିଖ ପରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ ବେଶି ବଢ଼ିପାରେ । ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ ଥିବାବେଳେ ରାଉରକେଲା ୧୦.୨, ଝାରସୁଗୁଡ଼ା ୧୦.୪, କିରେଇ ୧୦.୭, କେନ୍ଦୁଝର ୧୧.୨, ଅନୁଗୁଳ ୧୧.୬, କୋରାପୁଟ ୧୧.୮, ଫୁଲବାଣୀ ୧୨, ଢେଙ୍କାନାଳ ୧୨.୩, ଦାରିଙ୍ଗିବାଡ଼ି ୧୨.୫, ଭବାନୀପାଟଣା ୧୨.୨, ସୁନ୍ଦରଗଡ଼ ୧୨, ବାରିପଦା ୧୨.୫, କଟକ ୧୩.୬, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍‌ ଥିଲା ।

ପୂର୍ବ ରାତି ତୁଳନାରେ ପ୍ରାୟତଃ ୧ରୁ ୩ ଡିଗ୍ରୀ ଯାଏଁ ପାରଦ କମିଛି । ସ୍ୱାଭାବିକଠାରୁ ୧ରୁ ୩.୨ ଡିଗ୍ରୀ କମ୍‌ ରହିଛି କେତେକ ସ୍ଥାନରେ । ପୂର୍ବ ରାତି ତୁଳନାରେ ବାରିପଦା ତାପମାତ୍ରା ଅଢ଼େଇ ଡିଗ୍ରୀ, ଭୁବନେଶ୍ୱର ୨.୬ ଡିଗ୍ରୀ, ସୁନ୍ଦରଗଡ଼ ୨, ପାରଳାଖେମୁଣ୍ଡି ୩ ଡିଗ୍ରୀ ହ୍ରାସ ପାଇଛି । କଟକ ଓ ଭୁବନେଶ୍ୱରରେ ତାପମାତ୍ରା ସ୍ୱାଭାବିକଠାରୁ ୧ ଡିଗ୍ରୀ କମ୍‌ ଥିବାବେଳେ ଝାରସୁଗୁଡ଼ାରେ ୨.୮ ଡିଗ୍ରୀ କମ୍‌ ଅଛି । ଆସନ୍ତା ୧୬ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା