Masthead

କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ପ୍ରେମୀଙ୍କୁ ଜବରଦସ୍ତ ଝଟକା । ଅବସର ନେଲେ ଷ୍ଟାର କ୍ରିକେଟର । ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଅଲରାଉଣ୍ଡର ଅଶ୍ୱିନ୍ । ରୋହିତ ଶର୍ମାଙ୍କ ସହ ପ୍ରେସମିଟରେ ଏନେଇ ସେ ସୂଚନା ଦେଇଛନ୍ତି । ଡିସେମ୍ବର ୬ରେ ଆଡିଲେଟରେ ଖେଳିଥିବା ଟେଷ୍ଟ ଥିଲା ତାଙ୍କର ଶେଷ ମ୍ୟାଚ । ୨୦୧୧ ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୧୦୬ଟି ଟେଷ୍ଟ ଖେଳି ନେଇଛନ୍ତି ୫୩୭ ୱିକେଟ । ୧୧୬ ଦିନିକିଆରେ ୧୫୬ ୱିକେଟ କରିଛନ୍ତି ଅକ୍ତିଆର । ଏହାସହ ୬୫ଟି ଟି-୨୦ ଖେଳି ଅଶ୍ୱିନ ନେଇଛନ୍ତି ୭୨ଟି ୱିକେଟ । ତିନୋଟି ଫର୍ମାଟରେ ଖେଳି ସମୁଦାୟ ୭୬୫ଟି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି ।

ଅଶ୍ୱିନଙ୍କ ନାଁରେ ରହିଛି ଅନେକ ରେକର୍ଡ । ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ ଟେଷ୍ଟରେ ସର୍ବାଧିକ ୬୧୯ ୱିକେଟ ଥିବା ବେଳେ ଅଶ୍ୱିନ ୫୩୭ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବିଶ୍ୱରେ ତାଙ୍କ ସ୍ଥାନ ସପ୍ତମରେ ରହିଛି । ଅଶ୍ୱିନଙ୍କ ନାଁରେ ବିରଳ ରେକର୍ଡ ରହିଛି । ଅଶ୍ୱିନଙ୍କ ନାଁରେ ସର୍ବାଧିକ ୧୧ ଥର ଫ୍ଲେୟାର ଅଫ୍ ଦି ସିରିଜ ରହିଛି । ବୋଲିଂ ସହ ଅଶ୍ୱିନ ଜଣେ ଭଲ ବ୍ୟାଟ୍ସମ୍ୟାନ । ସେ ଟେଷ୍ଟ କ୍ରିକେଟରେ ୩ହଜାର ୫୦୩ ରନ୍ କରିଛନ୍ତି । ଅଶ୍ୱିନଙ୍କ ନାଁରେ ରହିଛି ୮ଟି ଟେଷ୍ଟ ଶତକ । ଅଶ୍ୱିନଙ୍କ ଅଚାନକ ଅବସରକୁ କେହି ଗ୍ରହଣ କରିପାରୁନାହାନ୍ତି । ତାଙ୍କର ଏହି କ୍ରିକେଟ କ୍ୟାରିୟର ନିଶ୍ଚିତ ଭାବେ ଖେଳପ୍ରେମୀ ମନେରଖିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା