Masthead

କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ପ୍ରେମୀଙ୍କୁ ଜବରଦସ୍ତ ଝଟକା । ଅବସର ନେଲେ ଷ୍ଟାର କ୍ରିକେଟର । ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଅଲରାଉଣ୍ଡର ଅଶ୍ୱିନ୍ । ରୋହିତ ଶର୍ମାଙ୍କ ସହ ପ୍ରେସମିଟରେ ଏନେଇ ସେ ସୂଚନା ଦେଇଛନ୍ତି । ଡିସେମ୍ବର ୬ରେ ଆଡିଲେଟରେ ଖେଳିଥିବା ଟେଷ୍ଟ ଥିଲା ତାଙ୍କର ଶେଷ ମ୍ୟାଚ । ୨୦୧୧ ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୧୦୬ଟି ଟେଷ୍ଟ ଖେଳି ନେଇଛନ୍ତି ୫୩୭ ୱିକେଟ । ୧୧୬ ଦିନିକିଆରେ ୧୫୬ ୱିକେଟ କରିଛନ୍ତି ଅକ୍ତିଆର । ଏହାସହ ୬୫ଟି ଟି-୨୦ ଖେଳି ଅଶ୍ୱିନ ନେଇଛନ୍ତି ୭୨ଟି ୱିକେଟ । ତିନୋଟି ଫର୍ମାଟରେ ଖେଳି ସମୁଦାୟ ୭୬୫ଟି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି ।

ଅଶ୍ୱିନଙ୍କ ନାଁରେ ରହିଛି ଅନେକ ରେକର୍ଡ । ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ ଟେଷ୍ଟରେ ସର୍ବାଧିକ ୬୧୯ ୱିକେଟ ଥିବା ବେଳେ ଅଶ୍ୱିନ ୫୩୭ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବିଶ୍ୱରେ ତାଙ୍କ ସ୍ଥାନ ସପ୍ତମରେ ରହିଛି । ଅଶ୍ୱିନଙ୍କ ନାଁରେ ବିରଳ ରେକର୍ଡ ରହିଛି । ଅଶ୍ୱିନଙ୍କ ନାଁରେ ସର୍ବାଧିକ ୧୧ ଥର ଫ୍ଲେୟାର ଅଫ୍ ଦି ସିରିଜ ରହିଛି । ବୋଲିଂ ସହ ଅଶ୍ୱିନ ଜଣେ ଭଲ ବ୍ୟାଟ୍ସମ୍ୟାନ । ସେ ଟେଷ୍ଟ କ୍ରିକେଟରେ ୩ହଜାର ୫୦୩ ରନ୍ କରିଛନ୍ତି । ଅଶ୍ୱିନଙ୍କ ନାଁରେ ରହିଛି ୮ଟି ଟେଷ୍ଟ ଶତକ । ଅଶ୍ୱିନଙ୍କ ଅଚାନକ ଅବସରକୁ କେହି ଗ୍ରହଣ କରିପାରୁନାହାନ୍ତି । ତାଙ୍କର ଏହି କ୍ରିକେଟ କ୍ୟାରିୟର ନିଶ୍ଚିତ ଭାବେ ଖେଳପ୍ରେମୀ ମନେରଖିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ