Masthead

ଗାଁକୁ ନାହିଁ ରାସ୍ତା: କାଦୁଅ କରୁଛି କଲବଲ

ମହାକାଳପଡ଼ା, (ବଡ଼ ଖବର ବ୍ୟୁରୋ): ଗାଁର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ବାସ୍ତବରେ ସେ ସବୁ ଯୋଜନା ଫାଇଲ ତଳେ ହିଁ ସୀମିତ ହୋଇରହୁଛି। ନିର୍ବାଚନ ଆସିଲେ ନେତାମାନେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଅନ୍ତି। ଗାଁକୁ ଭଲ ରାସ୍ତା, ପିଇବା ପାଣି ବ୍ୟବସ୍ଥା କରାଯିବ। କିନ୍ତୁ ନିର୍ବାଚନ ପରେ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଥାଏ। ଆଜି ବି ଏମିତି ଗାଁ ଅଛି ଯେଉଁଠି ଭଲ ରାସ୍ତା ବି ନାହିଁ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ୪ନମ୍ବର ୱାର୍ଡରେ ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ସ୍ଥାନୀୟ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି। ବର୍ଷାଦିନେ ପିଲାଛୁଆଙ୍କ ଦେହ ଅସୁସ୍ଥ ହେଲେ କଥା ସରିଲା। ଘରୁ ବାହାରିବାକୁ ହେଲେ ପଙ୍କ କାଦୁଅ ରାସ୍ତାରେ ଯିବା ଆସିବା କରିବାକୁ ପଡ଼େ। ଏହି ୱାର୍ଡରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ରାସ୍ତା ଅବସ୍ଥା ଏମିତି ହୋଇଛି ଯେ ଗାଡ଼ିମୋଟର ଯିବା ଦୂରର କଥା, ଖାଲି ପାଦରେ ଚାଲିବା ବି କଷ୍ଟକର। ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ୱାର୍ଡବାସୀ ଜରୁରୀକାଳୀନ ସେବାରୁ ବି ବଞ୍ଚିତ ହୋଇଛନ୍ତି। ବର୍ଷାଦିନେ ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ଡୋରି ବନ୍ଧାହୁଏ। ଏଭଳି ମୌଳିକ ସେବାରୁ ବଞ୍ଚିତ ଏହି ୱାର୍ଡବାସୀଙ୍କ ସମସ୍ୟା ସମ୍ପର୍କରେ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚଙ୍କୁ ପଚାରିଥିଲେ। ୱାର୍ଡ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସରପଞ୍ଚ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି