Masthead

ଧରାବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବଡ଼ଦିନ, ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ବଡ଼ ପର୍ବ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ଚର୍ଚ୍ଚ ଚଳଚଞ୍ଚଳ ହୋଇଛି । ଆଜି ବଡ଼ଦିନରେ ସବୁଆଡ଼େ ଉତ୍ସବମୁଖର । ଚର୍ଚ୍ଚରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ସାମୁହିକ ପ୍ରାର୍ଥନା ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ଚ୍ଚମାନଙ୍କରେ ଏନେଇ ସୁନ୍ଦର ସାଜସଜ୍ଜା ହୋଇଛି।

କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼। କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର ବାଲୁକା କଳା ନୂଆ ବିଶ୍ୱ ରେକର୍ଡ ହାସଲ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା