Raghubara Das

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିରେ ସବୁ ଚାଲୁଥିଲା ଠିକ୍ଠାକ । ହଠାତ୍ ଇସ୍ତଫା ଦେଲେ ରଘୁବର ଦାସ । ରାଜ୍ୟପାଳ ପଦରୁ ଅପସାରିତ କରି ନେଲେ । ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ମହାମହିମ ବି କରିନେଲେ ଗ୍ରହଣ । କାହାରି ପାଖରେ ନଥିଲା ରାଜଭବନରେ ଘଟୁଛି କ’ଣ? ହଠାତ ରାଷ୍ଟ୍ରପତି ଭବନରୁ ଆସିଲା ଚିଠି । କିଏ କିଛି ବୁଝିବା ଆଗରୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ହେଲେ ହରିବାବୁ କମ୍ଭମପତି । ଯାହା ରଘୁବରଙ୍କୁ ନେଇ ଦେଶ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲା । ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଅକ୍ଟୋବର ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କୁ ମିଳିଥିଲା ଦାୟିତ୍ୱ । ନିଜ କାର୍ଯ୍ୟର ଅବଧିର ଅଧିକରୁ ଅଧା ସମୟ ବି ତୁଲାଇନଥିବା ବେଳେ କାହିକିଁ ନେଲେ ଏତେ ବଡ ନିଷ୍ପତ୍ତି । ଏହାରି ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରଘୁବର ଦାସ କହିଛନ୍ତି ଦଳ ଯାହା ଦାୟିତ୍ୱ ଦେବ କରିବି । ମୋର ଆଗାମୀ ଭୂମିକା କ’ଣ ହେବ ଦଳ ନିଷ୍ପତ୍ତି ନେବ । ଓଡ଼ିଶାରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ମୁଁ ଧନ୍ୟ ।

କାହିଁକି ହଠାତ ରଘୁବର ଦେଲେ ଇସ୍ତଫା? କ’ଣ ରହିଛି କାରଣ? କିଏ ନିଦେ୍ର୍ଦଶ ଦେଲେ ନା ନିଜକୁ ନିଜେ ସେ ପଦ ଛାଡ଼ିଲେ? ଯଦି ଛାଡ଼ିଲେ ନିଜେ ତେବେ ଅସୁବିଧା ରହିଲା କେଉଁଠି । କ’ଣ ହୋଇଛି ତାଙ୍କର । କୁହାଯାଏ କି ବିଜେପି ରାଜ୍ୟରେ ସରକାର ଗଢ଼ିବା ପଛରେ ତାଙ୍କର ଭୂମିକା ଅନେକ । ସରକାର ଗଢିବାରେ ରଘୁବର ଯେତିକି ସହାୟକ ଏବେ ସେତିକି ବିଜେପି ପାଇଁ ମୁଣ୍ଡ ବ୍ୟାଥା ଥିଲେ । ଶୀତ ଅଧିବେଶନ ସମୟରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ରେ କେଁ । ପୁଅ ଓଡିÿଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ଝାରଖଣ୍ଡ ନିର୍ବାଚନ ପରିଚାଳନା କୁଆଡ଼େ ରାଜଭବନରେ କରୁଥିବାର ଅଭିଯୋଗ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଇନ ବିଭାଗକୁ ଚିଠି ଲେଖିବା । ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।

ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କ ଅପସରଣକୁ ନେଇ କହିଛନ୍ତି କେନ୍ଦ୍ରୀୟ ନେତୃତ୍ୱ ତାଙ୍କ କ୍ଷେତ୍ରରେ କିଛି ଗୋଟେ ଭାବିଛନ୍ତି । ସେଥିପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । ଝାରଖଣ୍ଡରେ ଲଢିବାକୁ ଚାହିଁ ନିରାଶ ହୋଇଛନ୍ତି । ବୋହୂ ଦଳର ଟିକେଟରେ ବିଧାୟିକା ହୋଇଥିଲେ ବି ପାର୍ଟି ଉପରେ ରଘୁବର ନା ଖୁସ ରହିଛନ୍ତି କି? ଚର୍ଚ୍ଚା ଏହା ବି ହେଉଛି କି ଝାରଖଣ୍ଡ ପରାଜୟ ପଛରେ ତାଙ୍କର ହାତ ରହିଛି । ଆକ୍ଟିଭ ପଲିଟିକ୍ସକୁ ଆସିବାର ଇଚ୍ଛା ଏହି ନିଷ୍ପତ୍ତି ପଛର କାରଣ ନୁହେଁ ତ? ଓଡିÿଶା ସରକାରକୁ ବଦନାମରୁ ମୁକ୍ତ ସହ ରଘୁବରଙ୍କ ଇଚ୍ଛା ପାଇଁ ବିଜେପି ହାଇକମାଣ୍ଡ ଭାବି ବିଚାରି ନେଲେ କି ନିଷ୍ପତ୍ତି । କେନ୍ଦ୍ର ସରକାରରେ କି ଦଳର ଜାତୀୟ ସ୍ତରରେ କିଛି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ବସାଇପାରନ୍ତି । ନଚେତ୍ ଝାରଖଣ୍ଡ ପ୍ରଦେଶରେ ପୁଣି ସକ୍ରିୟ ରାଜନୀତି ମଇଦଙ୍କୁ ପଠାଇପାରନ୍ତି କେନ୍ଦ୍ରୀୟ ନେତୃତ୍ୱ ବୋଲି କୁହାଗଲାଣୀ ।

 

Leave a Reply

Your email address will not be published. Required fields are marked *