‘ଆମେ ଗତ ସରକାର ଭଳି ଠକ ନୁହଁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଆମେ ଗତ ସରକାର ଭଳି ଠକ ନୁହଁ। ସଶକ୍ତୀକରଣ ନାଁରେ ମହିଳାଙ୍କୁ ଠକିଥିଲେ, ବୋନସ୍ ଦେବେ କହି ଚାଷୀଙ୍କୁ ଠକିଥିଲେ, ଚାକିରି ଦେବା ନାଁରେ ଯୁବକଯୁବତୀଙ୍କୁ ଠକିଥିଲେ ପୂର୍ବ ସରକାର । ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ, ଗତ ବିଜେଡି ସରକାରକୁ ଏଭଳି ଢଙ୍ଗରେ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। ୨୪ ବର୍ଷ ସରକାରରେ ଲୋକ କିଛି ଲାଭ ପାଇଲେ ନାହିଁ। ପୂର୍ବରୁ ମୁଁ ଅନେକ ଥର ଦରଖାସ୍ତ ନେଇ ଯାଇଛି। ତୃତୀୟ ମହଲାରେ ଥିବା ବାବୁମାନଙ୍କୁ ଦରଖାସ୍ତ ଦେଲେ ପଛରେ ଥିବା ଡ଼ଷ୍ଟବିନରେ ଫୋପାଡ଼ି ଦିଅନ୍ତି। ଆମ କାମ ହୋଇପାରେ ନାହିଁ। ହେଲେ ଏବେ ବ୍ୟବସ୍ଥା ବଦଳିଛି। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଦୁଃଖ ବୁଝୁଛନ୍ତି। ଖୁବଶୀଘ୍ର ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’