Masthead

ଶାସକ ଦଳ କର୍ମୀ ମାନିଲେନି କୋଭିଡ୍ ନିୟମ

ରାଜକନିକା, (ବଡ଼ ଖବର ବ୍ୟୁରୋ): ମାନିଲେନି କୋଭିଡ୍ ଗାଇଡଲାଇନ। ଖୁଲମଖୁଲା କୋଭିଡ ନିୟମ ଉଲଙ୍ଘନ କଲେ ଶାସକ ବିଜେଡିର ମହିଳା ମୋର୍ଚ୍ଚା କର୍ମୀ। ସାମ୍ବାଦିକ ସମ୍ମିଳନୀ ନାଁରେ କଲେ କର୍ମୀ ସମ୍ମିଳନୀ। ସମ୍ବାଦିକ ସମ୍ମିଳନୀ କରି ଭାଙ୍ଗିଲେ କୋଭିଡ୍ ନିୟମ। ରାଜକନିକା ଓ ଆଳିର ଲାଇଫଲାଇନ କୁହାଯାଉଥିବା ଖରସ୍ରୋତା ନଦୀର ଜଳବିବାଦ ଧୀରେ ଧୀରେ ଉଗ୍ରରୂପ ନେବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ମେଗା ଜଳ ପ୍ରକଳ୍ପ କରାଯାଇ ଖରସ୍ରୋତା ନଦୀରୁ ପାଣି ଉଠାଯିବାକୁ ଯୋଜନା କରାଯାଇଛି। ଯାହାକୁ ରାଜକନିକା ଓ ଆଳି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ବିରୋଧ କରୁଛନ୍ତି। କାରଣ ରାଜକନିକା ଓ ଆଳି ଅଞ୍ଚଳର ଲୋକେ ମୁଖ୍ୟତଃ ଧାନଚାଷ ଓ ପରିବା ଚାଷ ଉପରେ ନିର୍ଭର କରିଥାନ୍ତି। ଚାଷ ଉପରେ ନିର୍ଭର କରି ଏହି ଅଞ୍ଚଳର ଲକ୍ଷାଧିକ ପରିବାର ଚଳୁଛି। ଯଦି ଏହି ପ୍ରକଳ୍ପ ଦ୍ୱାରା ପାଣି ଅନ୍ୟ ଜିଲ୍ଲା ଓ କମ୍ପାନୀକୁ ଦିଆଯାଏ ତେବେ ପାଞ୍ଚବର୍ଷ ଭିତରେ ନଦୀର ଜଳସ୍ତର କମିବ ଏବଂ ନିକତସ୍ଥ ସମୁଦ୍ରର ଲୁଣାପାଣି ମାଡ଼ି ଆସିବ। ଚାଷ ଜମି ମରୁଭୂମିରେ ପରିଣତ ହୋଇଯିବ। ପିଇବା ପାଣି ଟୋପେ ପାଇଁ ଡହଳବିକଳ ହେବାକୁ ପଡ଼ିବ।

ଏମିତି ଆଶଙ୍କା କରି ଅଞ୍ଚଳବାସୀ ସରକାରଙ୍କ ଏହି ପ୍ରକଳ୍ପକୁ ବିରୋଧ କରି ନିର୍ମାଣାଧୀନ କାର୍ଯ୍ୟ ବନ୍ଦ କରିବା ସହ ରାଜକନିକା ଭାରିଗଦା ପଡ଼ିଆରେ ପାଳିକରି ଜଗି ବସୁଛନ୍ତି। ଏପରି ସମୟରେ ପ୍ରକଳ୍ପ କରାଇନେବାକୁ ବିଭିନ୍ନ ପ୍ରଚେଷ୍ଟାରେ ବିଫଳ ହୋଇଥିବା ରାଜ୍ୟ ସରକାର ତାଙ୍କ ରଣନୀତି ବଦଳାଇ ପ୍ରଥମେ ବିଜେଡି ମହିଳା ସେଲ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ବିଜେଡି ମହିଳା ସେଲ୍ ପକ୍ଷରୁ ଆୟୋଜନ କରାଯାଇଥିଲା ସମ୍ବାଦିକ ସମ୍ମିଳନୀ। ତେବେ ଏହି ସାମ୍ବାଦିକ ସମ୍ମିଳନୀ ଶାସକ ଦଳର କର୍ମୀ ସମ୍ମିଳନୀରେ ପରିଣତ ହୋଇଥିବା ଦେଖାଯାଇଥିଲା। କରୋନା କାଳରେ ସରକାରଙ୍କ କୋଭିଡ୍ ନିୟମ ତାଙ୍କ କର୍ମୀମାନଙ୍କ ଲାଗି କୋହଳ ହୋଇଥିବା ପରି ମନେ ହେଉଥିଲା। ସାମ୍ବାଦିକ ସମ୍ମିଳନୀରେ ଏତେ ସଂଖ୍ୟକ ମହିଳା ଏକତ୍ର ହେବା, ସାମାଜିକ ଦୂରତା ରକ୍ଷା ନ କରିବା ଓ ପ୍ରଶାସନ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନ ନେବା ଆଦି ବିଷୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି