Masthead

ପ୍ରମିଳା ଦିଦିଙ୍କ ମୁହଁରେ ନାହିଁ ତେଜ୍!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ଶକ୍ତିଶାଳୀ ନେତ୍ରୀ ଏବେ ଶକ୍ତିହୀନ! ପ୍ରମିଳା ଦିଦିଙ୍କ ମୁଁହରେ ଆଉ ତେଜ ନାହିଁ । କିଛି ଦିନ ହେଲାଣି ସେ ଖୁସି ନଥିବା ଭଳି ମନେ ହେଉଛି । କେମିତିବା ରହିବେ । ମୁଣ୍ଡ ଉପରେ ପରିବାର ଚିନ୍ତା । ଭାଇର ବିଶ୍ୱ ସ୍ୱାସ୍ଥା ଉପରେ ଇଡିର ରେଡକୁ ନେଇ ନିହାତି ଟେନସନ ଥିବେ । ଚଳିତ ମାସରେ ପିଏମଏଲଏ ୨୦୦୨ ଅନୁସାରେ ଓଡ଼ିଶା ଏବଂ ଦିଲ୍ଲୀ ସମେତ ଚାରୋଟି ସ୍ଥାନରେ ଇଡି ଚଢାଉ କରିଥିଲା । ମଲ୍ଲିକ ପରିବାର ଉପରେ ତିନିଦିନ ଧରି ମାରାଥନ ଖୋଳତାଡ୍ କରିଥିଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଆରବିଆଇ ଗାଇଡଲାଇନକୁ ଭଙ୍ଗ କରିଥିଲେ ପ୍ରମିଳାଙ୍କ ସ୍ୱର୍ଗତ ଭାଇ କ୍ଷୀରୋଦ । ସଂସ୍ଥା ନାଁରେ ୨ଶହ କୋଟିରୁ ଅଧିକ ବ୍ୟାଙ୍କ ଲୋନ ଠକେଇ ଅଭିଯୋଗ ଆସିଛି ।

୫୦୫ ବେନାମୀ ଆକାଉଣ୍ଟ ଇଡି ପାଇଥିବା ବେଳେ ଯାହାକୁ ପ୍ରିଜ୍ କରାଯାଇଛି । ଚେକ୍ ବୁକ୍, ଅନେକ ସେଲ-ଡିଡ୍ ଜବତ ବି ହୋଇଛି । ବୋଧେ ସେହି କାରଣ ପାଇଁ ଦିଦିଙ୍କ ମନରେ ଛନକା ପସିଥିବ । ସେଥିପାଇଁ ତ କିଛି ଦିନ ହେଲାଣି ରୁଦ୍ଧଦ୍ୱାରରେ ରହିବା ସହ ଯେତେବେଳେ ବି ଗଣାମଧ୍ୟମକୁ ଆସୁଛନ୍ତି କିଛି ଲାଇନ କହି ନିରବ ରହିଯାଉଛନ୍ତି । ବିଜେଡିର ଦୁଇ ମହିଳା ନେତ୍ରୀଙ୍କ ଭିତରେ ମାଟପିଟକୁ ନେଇ ହୋଇଥିବା ପ୍ରେସମିଟରୁ ଏହା ଜଣାପଡିଛି । ଦଳ ହାରିଛି, ଦିଦି ନାଖୁସ୍ ଅଛନ୍ତି । ଏହା ତ ଗୋଟିଏ ଚିନ୍ତାର କାରଣ ଅନ୍ୟ ଦିଗଟି ଦେଲା ବିଶ୍ୱ ସଂସ୍ଥାକୁ ନେଇ ଟେନସନ । କୌଣସି ସମୟରେ ବି ଅଡୁଆ ବଢିପାରେ ନିହାତି ସେ କଥା ଭାବୁଥିବେ ପ୍ରମଳା ଅପା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା