Masthead

ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ଭିଡ

ପୁରୀ (ବଡ଼ ଖବର ବ୍ୟୁରୋ):  ରାତି ପାହିଲେ ଇଂରାଜୀ ନୂଆବର୍ଷ । ବର୍ଷର ଶେଷ ଦିନ ଓ ବର୍ଷର ଆରମ୍ଭରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସଭିଙ୍କ ମନରେ ଭରପୁର ଆଶା । ଆଉ ଏଥିପାଇଁ ପୁରୀରେ ଅସମ୍ଭାଳ ଭିଡ଼ । ସମୟ ଯେତେ ବଢୁଛି, ଭିଡ଼ ବି ସେତିକି ବଢୁଛି । ଜନସମୁଦ୍ର ପାଲଟିଛି ବଡଦାଣ୍ଡ।ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି ଶ୍ରଦ୍ଧାଳୁ। ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ପୁଲିସ। ବର୍ଷ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଜନସମାଗମ ହୋଇଛି। ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି। ପରିସ୍ଥିତି ଏମିତି ହୋଇଛି କି ମାର୍କେଟ ଛକ ଯାଏଁ ଲମ୍ବା ବ୍ୟାରିକେଡ୍ ହୋଇଛି।

ଆଜିଠୁ ଆହୁରି ଭିଡ଼ ହେବା ଆଶଙ୍କା କରାଯାଉଛି । ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଆଜିଠୁ ଆସନ୍ତାକାଲି ଯାଏ ପୁରୀରେ ଟ୍ରାଫିକ୍ କଟକଣା ଲାଗୁ । ପୁରୀ ମାର୍କେଟ ଛକଠାରୁ ହେବ ‘ନୋ ଭେହିକିଲ୍‌ ଜୋନ୍‌’ । ମେଡିକାଲ ଛକରୁ ଶ୍ରୀମନ୍ଦିର ଓ ବେଳାଭୂମିକୁ ୪ଚକିଆ ଯାନ ମନା । ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ। ସେହିପରି ଟ୍ରାଫିକ କଣ୍ଟ୍ରୋଲ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା