Masthead

HMPV ଭାଇରସ୍‌କୁ ନେଇ ଭାରତ ସତର୍କ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚୀନ୍‌ରେ ଗତ କିଛି ଦିନରୁ ବ୍ୟାପି ଥିବା ନୂଆ ଏଚଏମପିଭି ଭାଇରସକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ମାମଲାରେ ବୈଠକ ଡାକିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଚାରିଆଡ଼ୁ ଚୀନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହା ବ୍ୟତୀତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଠାରୁ ମଧ୍ୟ ଏହି ଭାଇରସ ସ୍ଥିତି ଉପରେ ପ୍ରମାଣିତ ସୂତ୍ରରୁ ସଠିକ୍‌ ସୂଚନା ଉପଲବ୍ଧ କରାଇବାକୁ ଅନୁରୋଧ କରାଯାଇଛି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ବୈଠକ ପରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚୀନ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଶ୍ୱାସ ଜନିତ ଯେକୌଣସି ରୋଗର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-WHOକୁ ଅନୁରୋଧ କରାଯାଇଥିବା ସୋଶାଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ୫ ବର୍ଷ ପରେ ଚୀନରେ ଦେଖାଦେଇଥିବା ଏହି ଭାଇରସକୁ ନେଇ ସାରା ବିଶ୍ୱରେ ଛନକା ପଶିଲାଣି। HMPV ସଂକ୍ରମିତ ଚୀନ ବ୍ୟତୀତ ବର୍ତ୍ତମାନ ସୁଦ୍ଧା ଆଉ କେଉଁଠି ଦେଖାଦେଇନି। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା ମେଲାଇଛି। ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼