Masthead

ଟାର୍ଗେଟ ଥିଲା ବାପା, ଗୁଳି ଖାଇଲେ ପୁଅ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଭାଗମୁଣ୍ଡାରେ ଭାଇଭଉଣୀଙ୍କୁ ଗୁଳିମାଡ଼ ଘଟଣା । ଜଙ୍ଗଲରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଦୁଇ ଦେଶୀ ବନ୍ଧୁକ ଓ ମୋବାଇଲ ଜବତ । ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ଏସପିଙ୍କ ସୂଚନା । ଟାର୍ଗେଟରେ ଥିଲେ ବାପା, ଗୁଳି ଖାଇଲେ ପୁଅ ଝିଅ । ଏବେ ବି ଭାଇଭଉଣୀ ଏସସିବିରେ ଚିକିତ୍ସିତ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ଭାଇ – ଭଉଣୀଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧା ଗୁଳି କାଣ୍ଡ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ରାତିରେ ଶୋଇଥିବା ବେଳେ ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଘର ବାରଣ୍ଡାରେ ଶୋଇଥିଲେ । ରାତି ପ୍ରାୟ ୧୨ ଟା ବେଳେ ହଠାତ ଉଭୟ ଚିତ୍କାର କରି ଉଠିଥିଲେ ।

ପରିବାର ଲୋକ ଦଉଡି ଆସି ଦେଖିବା ବେଳେକୁ ସେମାନଙ୍କ ଦେହରେ ଗୁଳି ବାଜିଛି । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଏବେ ମଧ୍ୟ ଉଭୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ