Masthead

୧୪ ଦଫା ଦାବି ନେଇ ଆଜି ସିପିଆଇର ବିକ୍ଷୋଭ

ଗୁଣୁପୁର, (ବଡ଼ ଖବର ବ୍ୟୁରୋ): ୧୪ ଦଫା ଦାବି ନେଇ ଆଜି ସିପିଆଇ ଏମ୍ଏଲ୍ ଲିବରେସନ ଓ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ରାୟଗଡ଼ା ଜିଲ୍ଲା ଗୁଣୁପୁରଠାରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରୋକ କରାଯାଇଛି। ନୂଆ ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରା ବାହାରି ବାଇପାସ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ପ୍ରାୟ ଘଣ୍ଟାଏ ପର୍ୟ୍ୟନ୍ତ ରାସ୍ତାରୋକ କରାଯାଇଥିଲା। ବହୁ ପୁରୁଷ, ମହିଳା ହାତରେ ନାଲି ରଙ୍ଗର ପତାକା ଧରି ଶୋଭାଯାତ୍ରାରେ ସାମିଲ ହେବା ସହ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରେ ବସିରହିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦାଳନକାରୀଙ୍କୁ ରାସ୍ତାରୁ ଉଠାଇଥିଲା। କୃଷି ଋଣ ଛାଡ଼, ସଂଶୋଧିତ କୃଷି ଆଇନକୁ ବାତିଲ କରିବା, ପ୍ରାକୃତିକ ବିପର୍ୟ୍ୟୟରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଏମଜିଏନଆରଇଜିଏ କାର୍ୟ୍ୟରେ ଦୁଇ ଶହ ଦିନ କାର୍ୟ୍ୟ ଯୋଗାଇଦେବା, ଆଦିବାସୀଙ୍କୁ ଜଙ୍ଗଲ ଜମି ଓ ଜଳ ଅଧିକାର ପ୍ରଦାନ ଭଳି ୧୪ ଦଫା ଦାବି ନେଇ ଦଳୀୟ ନେତା ତିରୁପତି ଗମାଙ୍ଗଙ୍କ ନେତୃତ୍ୱରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ