Masthead

ଗଛର ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଶପଥ

ଲଖନପୁର (ବଡ଼ ଖବର ବ୍ୟୁରୋ): ପୁଞ୍ଜିପଥର ଠାରେଥିବା ୬୫ ଏକର ଜଙ୍ଗଲ କାଟି ଶିଳ୍ପବର୍ଜ୍ୟ ପରିଚାଳନା ପ୍ରସ୍ତାବକୁ ବିରୋଧ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜୁନିଏନ ଗ୍ରାମ ନିକଟରେ ଥିବା ୬୫ ଏକର ଜଙ୍ଗଲ ଜମି ଉପରେ ଶିଳ୍ପବର୍ଜ୍ୟ ପରିଚାଳନା କରିବାର ଯୋଜନା ଥିବାରୁ ଅଞ୍ଚଳବାସୀ ବିରୋଧ କରିବା ସହିତ ଗଛକୁ ରାକ୍ଷୀ ବାନ୍ଧି ଗଛ କାଟିବାକୁ ଦେବୁ ନାହିଁ ବୋଲି ସଂକଳ୍ପ ନେଇଛନ୍ତି ।

ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜୁନିଏନ ଓ ବାଣ୍ଡି ପାହାଡ଼ର ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ରାମକୀ କମ୍ପାନୀକୁ ବିରୋଧ କରି ଆଜି ପୁଞ୍ଜି ପଥର ମଣ୍ଡପଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ସରପଞ୍ଚ ବେଣୁଧର ଭୋଇଙ୍କ ଅଧକ୍ଷତାରେ ସଭା ଆରମ୍ଭ କରାଯାଇଥିଲା ।

ଉକ୍ତ ବୈଠକରେ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ରଘୁମଣୀ ଭୋଇ , ସମ୍ପାଦକ ସରୋଜ ବାଗ , ସ୍ବେଛାସେବୀ ବିରଞ୍ଚି ସାହୁ , ଲଖନପୁର ନାଏକ ସରପଞ୍ଚ ବିଦ୍ୟାଧର ମାଝୀ , ଲଖନପୁର ବ୍ଲକର ସରପଞ୍ଚ ସଭାପତି ପ୍ରଦୀପ କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ପଙ୍କଜିନୀ ପଧାନ ଏବଂ ବାଣ୍ଡି ପାହାଡ଼ , ଜୁନିଏନ ଓ କୁଡାଲୋଇ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଏହି ସଭାରେ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା