Masthead

ଗୁଣି ଗାରେଡି ସନ୍ଦେହ, ୬ ଗିରଫ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ । ଜଣେ ବୃଦ୍ଧ ମହିଳାଙ୍କ ପାଖରେ ଖଟ ଅଟକିବା ପରେ ତାଙ୍କୁ ଡାହାଣୀ ବୋଲି ଆଖ୍ୟା ଦେଲେ ଛତିଗଡରୁ ଆସିଥିବା ପୂଜକ । ପରେ ପୋଲିସ ୬ ଜଣ ଛତିଶଗଡି ପୂଜକଙ୍କୁ ଗିରଫ କରିବା ସହ ବ୍ୟବହୃତ ଖଟୁଲି ସମେତ ଏକ ଦାମି କାରକୁ ଜବତ କରିଛି । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଚିତାପାରୀ-୪ ଗ୍ରାମରେ ଏକ ଆଦିବାସି ପର୍ବ ହେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ରବିବାର ପର୍ୟ୍ୟନ୍ତ ଅନୁମତି ଦିଆ ଯାଇଥିଲା । ହେଲେ ପୂଜା ନାମରେ ଗାଁରେ ଗୁଣି ଗାରେଡି ଚାଲିଥିବା ନେଇ କିଛି ଲୋକେ ଥାନାକୁ ଖବର ଦେଇଥିଲେ। ଖବର ପାଇ ଓର୍କେଲ ଥାନା ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଠାକୁରଙ୍କ ଏକ ଖଟୁଲି ଧରି କିଛି ଲୋକେ ଗାଁର ସମସ୍ତଙ୍କ ଘର ବୁଲିଥିବା ଦେଖିବାକୁ ମିଳିଥିଲା । ହେଲେ ଏତିକିରେ ସରିନଥିଲା ଅନ୍ଧ୍ର ବିଶ୍ୱାସର ଅନ୍ଧାରି ନାଟକ । ପୂଜା ହେଉଥିବା ସ୍ଥାନରେ ଶହ ଶହ ଲୋକଙ୍କୁ ଲମ୍ବା ଧାଡିରେ ବସାଇ ସେମାନଙ୍କ ମୁଣ୍ଡ ଉପରେ ମଧ୍ୟ ବୁଲିଥିଲା ଏହି ଗୁଣିଆ ଖଟ । ଆଉ ଏହି ଖଟ ଧରି ବୁଲୁଥିବା ପୂଜକ ମାନେ ହେଉଛନ୍ତି ଛତିଶଗଡ ଜଗଦଲପୁର ଅଞ୍ଚଳର । ଗତ ବର୍ଷ ଗାଁରେ ଲଗାତାର ଭାବେ କିଛି ଲୋକ ପ୍ରାଣ ହାରଇ ଥିବା ବେଳେ ଗୃହ ପାଳିତ ପଶୁ ପକ୍ଷୀ ମଧ୍ୟ ମରିଥିବା ନେଇ ଗାଁ ଲୋକେ ଗୁଣି ଗାରେଡି ସନ୍ଦେହ କରୁଥିଲେ ।

ପରେ ଏହି ଖଟ ଗାଁରେ ବୁଲିବା ସହ ଜଣେ ୬୭ ବର୍ଷୀୟ ବୃଦ୍ଧାବତୀ ଖିଲଙ୍କୁ ଚିହ୍ନଟ କରିବା ପରେ ତାଙ୍କୁ ଡାହାଣୀ ଆଖ୍ୟା ଦେଇ ଗାଁରୁ ବିତାଡିତ କରିବା ଲାଗି ସଭା ବସିଥିଲା । ଏହି ସମୟରେ ସେଠାରେ ପୋଲିସ ପହଞ୍ଚି ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ଛତିଶଗଡର ୬ ଜଣ ପୂଜାରୀଙ୍କୁ ଗିରଫ କରିବା ସହ ଦାମି କାର ଓ କଟୁଳି ଜବତ କରିଛି । କଳାଜାଦୁର ବିଭିନ୍ନ ଦଫା ଲଗାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ଓର୍କେଲ ଥାନା ପୋଲିସ । ଗିରଫ ୬ ଜଣ ଅଭିଯୁକ୍ତ ହେଲେ ଟିକେନ୍ଦ୍ର ଦେହାରି, ଖିରେନ୍ଦ୍ର କୁମାର ନାଗ, ରାମୁ ମାଣ୍ଡାଭି, ଜଗନ୍ନାଥ ନାଗ, କମୁଳୁରାମ ନାଗ ଓ ମଙ୍ଗଟୁରାମ ବାଗେଲ । ଏମାନଙ୍କ ଘର ବସ୍ତର ଜିଲ୍ଲାର କଟୱାଲି ଓ ଦରଭା ଅଞ୍ଚଳର ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି