Masthead

ପ୍ରହସନ ପାଲଟିଛି ରାସନକାର୍ଡ

ସିନାପାଲି(ବଡ଼ ଖବର ବ୍ୟୁରୋ): ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ରାସନକାର୍ଡ ।ପ୍ରତିମାସରେ ଖାଉଟି ପାଉଛନ୍ତି ଖାଦ୍ୟ ସାମଗ୍ରୀ । ବର୍ତ୍ତମାନ ସମୟରେ ରାସନକାର୍ଡ ଧାରୀଙ୍କୁ ଅଗ୍ରୀମ ଖାଦ୍ୟ ସାମଗ୍ରୀ ସରକାର ପ୍ରଦାନ କରିବା ସହ ଗରିବ କଲ୍ୟାଣ ଯୋଜନାରେ ମାଗଣା ରାସନ ସାମଗ୍ରୀ ମଧ୍ୟ ବଣ୍ଟନ କରୁଛନ୍ତି । ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ଯୋଗ୍ୟ ହିତାଧିକାରୀ ରେସନକାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ଏମିତି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଦ ପଞ୍ଚାୟତରୁ । ଏହି ପଞ୍ଚାୟତର ୨୦ ରୁ ୩୦ ପରିବାର ପାଖରେ ରାସନକାର୍ଡ ନାହିଁ । ୨୫୦ରୁ ଅଧିକ ଲୋକ ଆଧାର ସଂଯୋଗରୁ ମଧ୍ୟ ବଞ୍ଚିତ ।

ଆଧାର ଲିଙ୍କ ପାଇଁ ବାରମ୍ବାର ଯୋଗାଣ ନିରୀକ୍ଷକଙ୍କୁ ଆବଶ୍ୟକ କାଗଜପତ୍ର ଦିଆଯାଇଥିଲେ ମଧ୍ୟ ସଂଯୋଗ ହୋଇପାରୁନାହିଁ । ସିନାପାଲି ବ୍ଲକ ଅଧିକାରୀ, ପଞ୍ଚାୟତ ଅଧିକାରୀମାନଙ୍କୁ କହିଲେ ସେମାନେ ସାଇଟ ଖୋଲିଲେ ଲିଙ୍କ ହେବ ବୋଲି କହି ଗରିବ ହିତାଧିକାରୀମାନଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ରାସନକାର୍ଡ ପ୍ରଦାନ କରିବା ସହ ଆଧାର ଲିଙ୍କ କରିବାକୁ ଦାବି ହେଉଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ହିତାଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ସିନାପାଲି ବିଡ଼ିଓ ସଦାଶିଵ ନାୟକ କହିଛନ୍ତି, ସାଇଟ ଖୋଲିଲେ ତୁରନ୍ତ ବାଦ ପଡିଥିବା ହିତାଧିକାରୀଙ୍କୁ ରାସନକାର୍ଡ ଦେବା ସହ ଆଧାର ସଂଯୋଗ କରାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼