Masthead

ମହାକୁମ୍ଭ ମେଳା ଦଳାଚକଟା ଘଟଣା, ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ସାଢେ ଗୋଟାଏରୁ ଦୁଇଟା ମଧ୍ୟରେ ଏହି ଦଳାଚକଟା ହୋଇଥିଲା ।

ହଠାତ୍ ବ୍ୟାରିକେଡ ଭାଙ୍ଗି ଭିଡ ଉପରେ ଭିଡ ଚଢିଯିବାରୁ ଏଭଳି ଦଳଚକଟା ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଦଳାଚକଟା ପରେ ସାହିସ୍ନାନ ନ କରିବାକୁ ପ୍ରଶାସନ ଘୋଷଣା କରିଥିଲା । ୧୩ଟି ଆଖଡା ସହ ଆଲୋଚନା ହୋଇଥିଲା। ମଧ୍ୟାହ୍ନ ପରେ ସାହିସ୍ନାନ ହୋଇଥିଲା । ୩୦ ମୃତକଙ୍କ ମଧ୍ୟରେ ୨୫ ଜଣଙ୍କୁ ଚିହ୍ନଟ ହୋଇଛି ।

ଅନେକ ଆହତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କେଉଁ କାରଣ ପାଇଁ ଅଘଟଣ ଘଟିଲା ତଦନ୍ତ ହେବ । ଭିଡ଼ ନିୟନ୍ତ୍ରଣରେ କାହିଁକି ତ୍ରୁଟି ହେଲା ତାହା ମଧ୍ୟ ତଦନ୍ତ କରାଯିବ । ଘଟଣାର ତଦନ୍ତ ପାଇଁ ଗଠନ ହେଲା ନ୍ୟାୟିକ ତଦନ୍ତ କମିଟି । ୩ ଜଣିଆ କମିଟି କରିବେ ଦଳଚକଟା ଘଟଣାର ତଦନ୍ତ । କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ ଦେଲେ ପରାମର୍ଶ ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ