Masthead

କିଏ ପିନ୍ଧିବ ଦିଲ୍ଲୀରେ ବିଜୟ ମୁକୁଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କିଏ ପିନ୍ଧିବ ଦିଲ୍ଲୀରେ ବିଜୟ ମୁକୁଟ । ବିଜେପି ନା ପୁଣି ରିପିଟ୍ କରି ଆପ୍ । ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ କାଉଣ୍ଟିଂ । ସକାଳ ୮ଟାରୁ ବିଭିନ୍ନ ଗଣତି କେନ୍ଦ୍ରରେ ମତଗଣନା ହୋଇଛି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଏବଂ ପରେ ଇଭିଏମ୍ ଗଣତି ଜାରି ରହିଛି । ପୋଷ୍ଟାଲ ବାଲାଟ୍ ଗଣତିରେ ବିଜେପି ଆଗରେ ରହିଛି । ଅରବିନ୍ଦ କେଜ୍ରିୱାଲଙ୍କୁ ପଛରେ ପକାଇ ବିଜେପି ପୋଷ୍ଟାଲ ବାଲାଟ୍ ଗଣତିରେ ଆଗରେ ରହିଛି । ସେପଟେ କାଲକାଜୀ ଆସନରେ ପଛୁଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ଫିଗର୍ ଛୁଇଁଲା ବିଜେପି ।

ସଂଖ୍ୟା ଗରିଷ୍ଠତା ୩୬ ଛୁଇଁଲା ବିଜେପି । ଦିଲ୍ଲୀର ୧୧ଟି ଜିଲ୍ଲାର ୧୯ଟି ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପଟେ ରେଜଲ୍ଟ ପୂର୍ବରୁ ୭୦ ବିଧାନସଭା ଆସନରେ ୬୯୯ ପ୍ରାର୍ଥୀ ଛାତି ଧଡ଼ଧଡ଼ ହେଲାଣି । ଫେବ୍ରୁଆରୀ ୫ ତାରିଖରେ ଗୋଟିଏ ପର୍ୟ୍ୟାୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ରାଜଧାନୀରେ ମୋଟ୍ ୬୦.୫୪ ପ୍ରତିଶତ ଭୋଟିଂ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ