Masthead

ପ୍ରତିଶ୍ରୁତି ରଖିବେ ତ’ ସରକାରୀ ବାବୁ

ରେଙ୍ଗାଲି (ବଡ଼ ଖବର ବ୍ୟୁରୋ): ତଲାବିରା ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ଆଞ୍ଚଳିକ ଅଧିକାରୀ ଏନଏଲସି କମ୍ପାନୀର ତଲାବିରା-୨ କୋଇଲା ଖଣି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସ୍ଥାନୀୟ ସରକାରୀ କର୍ମଚାରୀ ଓ କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ । ଅଧିକାରୀମାନେ ପ୍ରଥମେ ଖଣି ଭିତରକୁ ଯାଇ ଜଳାଶୟ ଏବଂ କୋଇଲା ଉତ୍ତୋଳନ ସମୟରେ ହେଉଥିବା ପ୍ରଦୂଷଣ, ଆଖପାଖ ଗାଁରେ ଜଳ, ବାୟୁ ପ୍ରଦୂଷଣ ଏବଂ ଚାଷଜମି ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରିଥିଲେ । ଖଦୁପଡା ଓ ତଲାବିରା ଗ୍ରାମବସୀ ଖଦୁପଡାକୁ ଲାଗି ମାଟିପକା ଓ ଉଚ୍ଚ କ୍ଷମତା ବ୍ଲାଷ୍ଟିଂ ଦ୍ୱାରା ହେଉଥିବା କ୍ଷୟକ୍ଷତି ବିଷୟରେ ଆଞ୍ଚଳିକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

କୋଇଲା ଖଣିରୁ ନିର୍ଗତ ତେଲ ଓ ବିଭିନ୍ନ ରାସାୟନିକ ପଦାର୍ଥଯୁକ୍ତ ପାଣି ସିଧାସଳଖ ବିଶିକଟା ଓ କଟାବନ୍ଧରେ ମିଶିବା ସହ ଚାଷ ଜମିରେ ମିଶି ଫସଲ ନଷ୍ଟ ହେଉଛି । ଦୂଷିତ ପାଣି ବ୍ୟବହାର କରିବା ଦ୍ୱାରା ଗ୍ରାମବାସୀ ବିଭିନ୍ନ ଚର୍ମ ରୋଗରେ ପୀଡ଼ିତ ହେଉଥିବା କୁହାଯାଇଛି । ନିର୍ମାଣାଧୀନ ଖିଣ୍ତା ଚାଲଟିକ୍ରା ରୋଡକୁ ମଧ୍ୟ ପରିଦର୍ଶନ କରିଛନ୍ତି ଅଧିକାରୀ । ଚାଲଟିକ୍ରା ରୋଡକୁ ସମ୍ପୂର୍ଣ୍ଣ ଭାବରେ ତିଆରି ନ କରି ତା’ ଉପରେ ଟ୍ରକରେ କୋଇଲା ପରିବହନ ହେଉଛି । ଫଳରେ ଆଖପାଖ ଅଞ୍ଚଳର ଚାଷଜମି ନଷ୍ଟ ହେବା ସହିତ ଉତ୍ପାଦିତ ଫସଲ ଓ ପନିପରିବା ନଷ୍ଟ ହେବାର ସମ୍ଭାବନା ରହିଛି । କର୍ମଜୀବୀ ଏକତା ସଂଗଠନ ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ଯଥା ଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ଆଞ୍ଚଳିକ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ