Masthead

ରାଜନୀତିର ସେଣ୍ଟରେ ‘ଗନ୍ଧମାର୍ଦ୍ଦନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିକୁ ଫେରିଲା ଗନ୍ଧମାର୍ଦ୍ଦନ ତାତି । ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ । ଓଡ଼ିଶା ପଲିଟିକ୍ସରେ ଲାଗିଲା ନିଆଁ । ସନେ୍ଦହ ପ୍ରକଟ କଲେ ବିରୋଧୀ । ବିଜେଡିର ପଶ୍ଚିମ ଓଡ଼ିଶା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଗନ୍ଧମାର୍ଦ୍ଦନରେ ବକ୍ସସାଇଟ ଭରପୁର । ଆର୍ନ୍ତଜାତୀୟ ଓ ଜାତୀୟ ସ୍ତରର ବହୁତ କମ୍ପାନୀ ଖନନ ପାଇଁ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଗୃହମନ୍ତ୍ରୀ କେଉଁ ଉଦେଶ୍ୟରେ ଆସିବେ, କେବେ ଆସିବେ, କାହିଁକି ଆସିବେ? ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଆସିବେ କି ହସ୍ତାନ୍ତର କରିବାକୁ ଆସିବେ, ତାହାକୁ ସ୍ପଷ୍ଟ କରିବାର ଅଛି ।

ସାଧାରଣ ଜନତାଙ୍କ ଭିତରେ ସନେ୍ଦହ ପ୍ରକଟ ହେଲାଣି କହି ସାଂସଦଙ୍କ ଭେଟଘାଟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା କଥା । ପାହାଡ଼ରେ ଔଷଧୀୟ ବୃକ୍ଷ ସହ ପା୍ରକୃତିକ ସମ୍ପଦ ଭରିରହିଛି । ସୋମବାର ସଂସଦରେ ସାଂସଦ ପ୍ରଦୀପ ପୁରୋହିତ ପର୍ବତର ସୁରକ୍ଷା ପାଇଁ ଶାହଙ୍କ ସହାୟତା ଲୋଡ଼ିଥିଲେ । ଗୃହମନ୍ତ୍ରୀଙ୍କୁ ଭେଟି କହିଥିଲେ କି ଅତୀତରେ ସରକାରମାନେ ଏହି ମୂଲ୍ୟବାନ ପର୍ବତକୁ ନେଇ ଚକ୍ରାନ୍ତ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ଯେବେ ଆଶା ଆଶଙ୍କା ସୃଷ୍ଟି ହୁଏ ସେବେ ଆଗେଇ ଆସନ୍ତି ପର୍ବତ ରକ୍ଷାକରୀ । ଯାହା ଫଳରେ ନିଏ ଅନେ୍ଦାଳନର ରୂପ । ପାହାଡକୁ ନେଇ ଏବେ ଯେଉଁ ପ୍ରଶ୍ନ ଉଠୁଛି ତାହାର ବାସ୍ତବତା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ