Masthead

ସରକାରୀ ଜମି ମାଡ଼ି ବସିଛନ୍ତି ସରକାରୀ ବାବୁ 

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ସରକାରୀ ଜମି ମାଡ଼ି ବସିଛନ୍ତି ସରକାରୀ ବାବୁ । ନବରଙ୍ଗପୁର ଜିଲ୍ଲାର କସାଗୁମୁଡା ବ୍ଲକରେ ସରକାରୀ କର୍ମଚାରୀ ସରକାରୀ ଜମି ମାଡି ବସି ଘର ନିର୍ମାଣ କରିଛନ୍ତି । ନବରଙ୍ଗପୁର ଜିଲ୍ଲା କଷଗୁମୁଡା ବ୍ଲକ ପରିସରେ ମଧ୍ୟରେ ରହିଛି ଶହ ଶହ ଏକର ସରକାରୀ ଜାଗା, ସେଥି ମଧ୍ୟରୁ ବ୍ଲକ ଅଫିସ, ବ୍ଲକ କର୍ମଚାରୀଙ୍କ ପାଇଁ କ୍ୱାଟର, ପୁରାତନ ମନ୍ଦିର, ବିଦ୍ୟାଳୟ,ବ୍ୟାଙ୍କ, ସମବାୟ ସମିତି,ପୋଲିସ ଷ୍ଟେସନ ଏହା ବ୍ୟତୀତ ଅନ୍ୟାନ୍ୟ ସରକାରୀ ବିଭାଗ ଅଫିସ ମଧ୍ୟ ରହିଛି ।

ଏହା ବ୍ୟତିତ ଖାଲି ଥିବା ସରକାରୀ ଜାଗାରେ ସରକାରୀ ବାବୁ ଘର ନିର୍ମାଣ କରି ନିଜେ ରହିବା ସହ ଘର ଭଡା ଦେବା ଅଭିଯୋଗ ଆସିଛି । ଏସବୁ ଜାଣି ମଧ୍ୟ ରାଜସ୍ୱ ବିଭାଗ ଚୁପ ବସିଛି । କାହିଁକି ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳ ବାସୀ ଲିଖିତ ଆକାରରେ ସ୍ଥାନୀୟ ତହସିଲଦାରଙ୍କ ଅଭିଯୋଗ କରିଛନ୍ତି । କସାଗୁମୁଡା ବ୍ଲକର କଡୀଙ୍ଗା ତହସିଲଦାର ୬୦ଜଣଙ୍କୁ ନୋଟିସ ମଧ୍ୟ କରିଛନ୍ତି ।

ବିଜେଡି ବିଧାୟକ ମୋନହର ରନ୍ଧାରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଥିବା ବେଳେ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ