Masthead

ମାଘରେ ବାଘ ଭଳି ଶୀତ ନୁହେଁ ହେବ ବାଘ ଭଳି ଖରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଥାରେ ଅଛି ମାଘରେ ବାଘ ଭଳି ଶୀତ । କିନ୍ତୁ ଚିତ୍ର ଓଲଟା । ବାଘ ଭଳି ଶୀତ ନୁହେଁ ବାଘ ଭଳି ହେବ ଖରା । ଏବେଠୁ କଲବଲ କଲାଣି ଖରା। ବୁଧବାର ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସେଲସିୟସ୍‌, ଭୁବନେଶ୍ବରରେ ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା। ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରେ ପ୍ରଚଣ୍ଡ ଖରାକୁ ନେଇ ଚିନ୍ତାରେ ଜନସାଧାରଣ। ଆସନ୍ତା ୪ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଚଳିତବର୍ଷ ପାଇଁ ରାଜ୍ୟରେ ପ୍ରଥମଥର ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । ଝାରସୁଗୁଡ଼ାରେ ବୁଧବାର ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ଲଗାତର ଉପରମୁହାଁ ରହୁଛି ପାରଦ। ସପ୍ତାହେରୁ ଅଧିକ ସମୟ ହେଲା ତାତି ବଢିଥିବା ବେଳେ, ଖୁବଶୀଘ୍ର ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି। ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଥିବାବେଳେ ରାଜଧାନୀ ଭୁବନେଶ୍ବରରେ ପାରଦ ୩୪ ଉପରେ ଥିଲା।

ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବି ପାରଦ ବଢିବାରେ ଲାଗିଛି। ରାତି ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବାର ଅନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ